Breaking News

ତୃଣମୂଳ ସ୍ତରୀୟ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦଘାଟିତ




ଜଟଣୀ --ସ୍ଥାନୀୟ ରେଲୱେ ଖେଳ ପଡ଼ିଆରେ ତୃଣମୂଳ ସ୍ତରୀୟ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି l ଏହି ଶିବିରରେ ୮ ବୟସ ଠାରୁ ଆରମ୍ଭ କରି ୧୨ ବର୍ଷ ବୟସର ସମୁଦାୟ ଷାଠିଏ ଜଣ ବାଳକ ,ବାଳିକା ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଛନ୍ତି l ଆଜିର ଦିନରେ ପିଲାମାନଙ୍କ ଭିତରେ ମୋବାଇଲ ଭୁତ ମାତିଛି l ଯେତେବେଳେ ଦେଖ ପିଲାଙ୍କ ହାତରେ ଚବିଶ ଘଣ୍ଟା ମୋବାଇଲ୍, ଖେଳପ୍ରତି ଆଗ୍ରହ କମିଗଲାଣି l ତେଣୁ ପିଲାମାନଙ୍କ ମନ ମଧ୍ୟରେ ଫୁଟବଲ ଖେଳ ପ୍ରତି ଆଗ୍ରହ ଜନ୍ମାଇବା ଉଦେଶ୍ୟରେ ଫୁଟବଲ ଆସୋସିଏସନ ଓଡିଶା (ଫାଓ) ଏବଂ ପୂର୍ଵତଟ ରେଳବାଇ ଫୁଟବଲ ଆସୋସିଏସନ ମିଳିତ ସହଯୋଗରେ ତୃଣମୂଳ ସ୍ତରୀୟ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି l ଏହା ଏକ ନିଃ ଶୁଳ୍କ ପ୍ରଶିକ୍ଷଣ ଶିବିର ଅଟେ l ଛୋଟ ଛୋଟ ପିଲାମାନଙ୍କୁ ତୃଣମୂଳ ସ୍ତରରୁ ଫୁଟବଲ ଖେଳ ଶିଖାଇ ସେମାନେ ଜଣେ ଜଣେ ରାଜ୍ୟ ତଥା ଦେଶର ଜଣେ ଉତ୍ତମ ଫୁଟବଲ ଖେଳାଳି ରୂପେ ପରିଚିତ ହୋଇ ନିଜ ଗାଁ ତଥା ରାଜ୍ୟର ଟେକ ରଖିପାରିବେ ଏହି ପ୍ରଶିକ୍ଷଣ ଶିବିରର ମୂଳ ଉଦେଶ୍ୟ l ଏହି ପ୍ରଶିକ୍ଷଣ ଶିବିରର ପିଲାମାନଙ୍କୁ ରାଜ୍ୟ ତଥା ଦେଶର ସୁନାମ ଧନ୍ୟ ରେଫ୍ରିଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ l ତେଣୁ ସାରା ଦେଶ ତଥା ରାଜ୍ୟରେ ସର୍ବଭାରତୀୟ ଫୁଟ ବଲ ଫେଡ୍ରେସନର ଏକ ଛୋଟ ପ୍ରୟାସ l ଏହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରୁଛନ୍ତି କେଦାର ବରାଳ, ବିଜୟ ମଙ୍ଗରାଜ, ସୁଜିତ କୁମାର ବାରିକ, ଦିଲ୍ଲୀପ କୁମାର ମାର୍ଥା ପ୍ରମୁଖ l ପୂର୍ବତଟ ରେଳବାଇ ଫୁଟବଲ ସଂଘଠନର ସାଧାରଣ ସମ୍ପାଦକ ଜାକିର ହୁସେନ ଏବଂ ସର୍ବଭାରତୀୟ ଫୁଟବଲ ଫେଡ଼ରେସନର ସମ୍ପାଦକ ସୁନୀଲ କୁମାର ମିତ୍ରଙ୍କ ପ୍ରଚେଷ୍ଟାର ସଫଳ ପଦକ୍ଷପ l  ତେଣୁ ଜଟଣୀର ବୁଦ୍ଧିଜୀବୀମାନେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତପୋଷଣ କରିବା ସହ ପୂର୍ବତଟ ରେଳବାଇ ଫୁଟବଲ ସଂଘଠନର ସମ୍ପାଦକ ଜାକିର ହୁସେନ,ଓଡିଶା ଫୁଟବଲ ସଂଘଠନର ସମ୍ପାଦକ ଆଶ୍ରିବାଦ ବେହେରାଙ୍କୁ ଏହି ସୁନ୍ଦର ପଦକ୍ଷେପକୁ କୃତଜ୍ଞତା ଜଣାଇଛନ୍ତି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୫/୨୦୨୩----୬,୧୦ Sakhigopal News,13/5/2023

Blog Archive

Popular Posts