Breaking News

ବାଲୁଙ୍କେଶ୍ୱର ଚେକ ଡ୍ୟାମ ଅଟକି ରହିଛି,ଚାନ୍ଦା ଦେଲେ କାମ ହବ

 
 ବାଙ୍କୀ /କଟକ,---- ବାଟି ନ ଦେଲେ   କାମ ସମ୍ପୂର୍ଣ ଖରାପ, ଯଦି ଟଙ୍କା ଦ୍ଵାରା ପକେଟ ଗରମ ହୁଏ ତେବେ ଖରାପ କାମଟି ଭଲ ହେବ । ବଟି ନ ଦେବାରୁ ଅଟକି ରହିଛି ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଥିବା ବଳଭଦ୍ରପୁର ପଞ୍ଚାୟତର ଗୌଡ଼ଛେଲି ଗ୍ରାମରେ ବାଲୁଙ୍କେଶ୍ୱର ଚେକ ଡ୍ୟାମ  ।  ସାମ୍ବାଦିକ ଏବଂ କୁଜିନେତା ଲୁଟୁଛନ୍ତି ଠିକାଦାରଙ୍କୁ।  ଘଟଣା ଦେଖିବାକୁ ମିଳିଛି ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଥିବା ବଳଭଦ୍ରପୁର ପଞ୍ଚାୟତର ଗୌଡ଼ଛେଲି ଗ୍ରାମରେ ବାଲୁଙ୍କେଶ୍ୱର ଚେକ ଡ୍ୟାମ । ବାଙ୍କୀ ନିର୍ବାଚନ ମଣ୍ଡଳୀ ଏକ ଫସଲ ଉତ୍ପାଦାନୀ କରଣ ଅଞ୍ଚଳ ହୋଇଥିବା ବେଳେ କିଭଳି ଠିକ ସମୟରେ ଫସଲ ଜମିକୁ ଜଳ ସେଚନ ଦ୍ଵାରା ପାଣି ଯାଇପାରିବ ସେ ବ୍ୟବସ୍ଥା କରିବାକୁ ବିଧାୟକ ଅଣ୍ଟାଭିଡିଛନ୍ତି ।  ବିରୋଧୀ ଓ କିଛି ସାମ୍ବାଦିକ, କୁଜିନେତା ବାଧକ ସାଜିଛନ୍ତି । କାମ କରୁଥିବା ଠିକାଦାରଙ୍କୁ ନାଲି ଆଖି ଦେଖାଇ ଦାଦା ବଟି ମାଗୁଛନ୍ତି । ବାଟି ନ ଦେବାରୁ କାମ ଖରାପ କହି କାମ କରାଇ ଦେଉନାହାଁନ୍ତି । ଏ କଥା ଆମେ କହୁନାହୁଁ, ଏକଥା କହୁଛନ୍ତି ସେ ଅଞ୍ଚଳରେ ଥିବା ରବି ପ୍ରଧାନ,ନବୀନ ପ୍ରଧାନ,ନକୁଳ ପ୍ରଧାନ, ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଚାଷୀ କହନ୍ତି।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୯/୫/୨୦୨୩---୭,୩୫ Sakhigopal News,9/5/2023

Blog Archive

Popular Posts