Breaking News

ରଥ ଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ଭିନ୍ନକ୍ଷମ ମାନଙ୍କ ସୁଗମ ଦର୍ଶନ ବ୍ୟବସ୍ଥା ପାଇଁ ଦାବି କଲା ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ


 ପୁରୀ---- ରଥ ଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଶ୍ରୀ ଜୀଉ ମାନଙ୍କ ସୁଗମ ଦର୍ଶନ ବ୍ୟବସ୍ଥା କରାଇବା  ପାଇଁ ପୁରୀ ଜିଲ୍ଲା ଦିବ୍ୟାଂଗ ମହମଞ୍ଚ ତରଫରୁ ଏକ ଦାବି ପତ୍ର ପୁରୀ ଜିଲ୍ଲା ପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ ସାହୁ ଏହି ଦାବିପତ୍ର ଗ୍ରହଣ କରିଥିଲେ। ବିଗତ ବର୍ଷ ଦର୍ଶନ ବ୍ୟବସ୍ଥାରେ ପ୍ରଶାସନିକ ଅଧିକାରୀ,ପୋଲିସ, ସେବାୟତ ମାନଙ୍କ ମଧ୍ୟରେ ସଠିକ୍   ତାଳମେଳ ଅଭାବରୁ ଏହି ଦର୍ଶନ ବ୍ୟବସ୍ଥାରେ ବାରମ୍ବାର ବାଧା ଉପୂଜିଥିଲା।କେତେ ବେଳେ ପୋଲିସ ଅଟକାଇ ଦେଉଥିଲା ତ କେତେବେଳେ ସେବାୟତ। ଏପରିକି ସେବାୟତ ମାନେ ଅନେକ ସମୟରେ ଏହି କାର୍ଯ୍ୟରେ ନିୟୋଜିତ ସ୍ବେଛାସେବୀ ଓ ଭିନ୍ନକ୍ଷମ ମାନଙ୍କୁ ଖରାପ ବ୍ୟବହାର ମଧ୍ୟ ପ୍ରଦର୍ଶନ କରୁଥିଲେ।ସେହିପରି ପ୍ରଶାସନ ତରଫରୁ ଯେଉଁଠୁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ନେବାର ବ୍ୟବସ୍ଥା କରାଯାଇଥିଲା ସେଠାକୁ ପହଞ୍ଚି ଏ ସେବା ନେବା ମଧ୍ୟ କାଠିକର ହେଉ ଥିଲା। ଦର୍ଶନ ପାଇଁ ପ୍ରତୀକ୍ଷା ରତ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମଧ୍ୟ କିଛି ବ୍ୟବସ୍ଥା ନଥିଲା ।ଏହି ବର୍ଷ ରଥ ଯାତ୍ରା ପାଇଁ ଦୁଇଟି ପ୍ରସ୍ତୁତି ବୈଠକ ବସିଥିଲେ ମଧ୍ୟ କୌଣସି ଗୋଟିଏ ବୈଠକ ରେ ଭିନ୍ନକ୍ଷମ ମାନଙ୍କ ପାଇଁ କି ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଆଲୋଚନା ହୋଇନଥିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ମହାସଂଘ ଉପାଧ୍ୟକ୍ଷ ରତ୍ନାକର ବେହେରା ଓ ସମ୍ପାଦିକା ଗଜଲକ୍ଷ୍ମୀ ରାୟ କହିଛନ୍ତି ।ସୂଚନା ଯୋଗ୍ୟ ଯେ ବିଗତ ବର୍ଷ ହୁଇଲ ଚେୟାର ସହାୟତାରେ ନାକ ଚଣା ଦ୍ଵାର ଦେଇ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥା କରାଯାଇ ଥିଲା। ଦାବିପତ୍ର ପ୍ରଦାନ ସମୟରେ ମହାମଞ୍ଚ ର ପ୍ରଶାନ୍ତ ନାୟକ, ପଦ୍ମିନୀ ପୂଜାପଣ୍ଡା, ଅଭୟ କୁମାର ବାରିକ, କମଳ କୁମାର ସାହୁ, ପ୍ରତାପ ସାହୁ, ଚିତ୍ତରଞ୍ଜନ ସାହୁ , ଏସ ବାନି ରେଡ୍ଡୀ, ରଶ୍ମିତା ପରିଡ଼ା, ଅମ୍ରିତା ପଟ୍ଟନାୟକ,ସତ୍ୟନାରାୟଣ ସାହୁ, ଶ୍ୟାମସୁନ୍ଦର ବରାଳ, ଅର୍ଜୁନ ସାହୁ ପ୍ରଭୃତି ଉପସ୍ଥିତ ରହିଥିଲେ। ଧୀରେନ୍ଦ୍ର ସେନାପତି,୨/୫/୨୦୨୩----୧୨,୦୦ Sakhigopal News,2/5/2023

Blog Archive

Popular Posts