ମାଗଣାରେ ସ୍ୱାସ୍ଥ୍ୟ ପରାମର୍ଶ ଶିବିର
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମନ୍ଦିର ବାଇପାସ ରାସ୍ତାର କୋଟଉପର ତଥା ରିହା ଭାରତ ଗ୍ୟାସ ବିତରଣ ଡିପୋ ନିକଟରେ ନିଶୁକ୍ଳ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଲୁବସାନ ହେଲଥ କେୟାର ଓ ଭୁବନେଶ୍ୱର ସ୍ଥିତ ସୁସୁଷ୍ଟା ମେଡିକାଲର ମିଳିତ ସହଯୋଗରେ ଏହି ସ୍ୱାସ୍ଥ୍ୟ ପରାମର୍ଶ ଶିବିରର ଆୟୋଜନ କରାଯାଇଥିଲା । ସୁସୁଷ୍ଟା ମେଡିକାଲର ଭେଷଜ ଡ.କୁମାର ଅଭିନନ୍ଦନ ଓଫାର୍ମାସିଷ୍ଟ ମାନସ ମିଶ୍ରଙ୍କ ସହିତ ଟେକେନିସିଆନ ଅଞ୍ଜନା ଦେଇ ଓ ତିନିଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଏହି ସ୍ୱସ୍ଥ୍ୟ ଶିବିରରେ ଯୋଗ ଦେଇ ପ୍ରାୟ ୧୨୫ଜଣ ପୁରୁଷ, ମହିଳା ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମେଡିସିନ ଲେଖି ଦେଇଥିଲେ । ମେଡିକାଲର ମୁଖ୍ୟ ବ୍ୟବସାୟ ପରିଚାଳକତ୍ରିଲୋଚନ ସାହୁ କହିଛନ୍ତି ଯେ ମେଡିକାଲ ପକ୍ଷରୁ ବିଜୁସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରାଯାଉଛି ଯେଉଁ ମାନେ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ହେବା ପାଇଁ ଚାହୁଛନ୍ତି ସେମାନେ ୭୯୭୮୪୪୪୯୮୮ରେ ଯୋଗଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ଏହି ସ୍ୱସ୍ଥ୍ୟ ଶିବିରକୁ ଳୁବସାନ ହେଲଥ କେୟାରର ମୁଖ୍ୟ ପରିଚାଳକ ସେଖ ଅବଦୁଲ ସମିନ୍ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପରିଚାଳକ ଡମ୍ବୁରଧର ମୁଦୁଲି କହନ୍ତି ଯେଉଁମାନେ ଯେ କୌଣସି ସ୍ୱାସ୍ଥ୍ୟ ପରାମର୍ଶ କରିବା ପାଇଁ ଚାହାନ୍ତି ଓ ନିଦାନର ସୁବିଧା ନେବା ପାଇଁ ଚାହାନ୍ତି ସେମାନେ ୭୦୭୭୪୫୨୫୪୪ ନମ୍ବର ସହିତ ଯୋଗଯୋଗ କରିବାକୁ ଅନୁରୋଧ କରିଛନ୍ତି । ସେଣ୍ଟରର ମୁଖ୍ୟ ପରିଚାଳକ ଝୁନା ସେନାପତି ଓ ମିର ଅବଦୁଲ ରେହେମାନ ସ୍ୱାସ୍ଥ୍ୟ ପରାମର୍ଶ ଶିବିରକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୬/୫/୨୦୨୩---୭,୧୦ Sakhigopal News, 6/5/2023