କିଛି ଦିନର ନୀରବତା ପରେ ପୁଣି କନ୍ଧମାଳରେ ଉପସ୍ଥିତି ଜାହିର କଲେ ଲାଲ ବାହିନୀ
କନ୍ଧମାଳ--- ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧୂକ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ବା.ଘୁ.ନା ଡିଭିଜନାଲ କମିଟି ପକ୍ଷରୁ ଗଛ ପକେଇ ରାସ୍ତା ଅବରୋଧ ସହ ଧମକପୂର୍ଣ୍ଣ ପୋଷ୍ଟର ଜାରୀ ହୋଇଥିବା ସୂଚନା ମିଳିଛି l ମାଓବାଦୀ ଛାଡିଯାଇଥିବା ପୋଷ୍ଟରରେ ଆଶା , ଅଙ୍ଗନବାଡି ଙ୍କ ଦାବୀ କୁ ରାଜ୍ୟ ସରକାର ଶୀଘ୍ର ମାନିନେବା କୁ ଉଲେଖ ରହିଛି l ସମୁଦାୟ ୧୨ ଗୋଟି ଦାବୀ ନେଇ ଆସନ୍ତା ମେ 8 ରୁ 14 ତାରିଖ ପର୍ଯ୍ୟନ୍ତ ମାଓବାଦୀ ଙ୍କ ଜନ ଅଧିକାର ଅଭିଯାନ ଜାରୀ ରହିବ ବୋଲି ପୋଷ୍ଟର ରେ ସୂଚନା ଦେଇଛି ମାଓବାଦୀ ସଙ୍ଘଠନ l ଏଥି ସହ ମେ 15 କୁ କନ୍ଧମାଳ ସମେତ 7 ଜିଲ୍ଲା ରେ 24 ଘଣ୍ଟିଆ ବନ୍ଦ କୁ ସଫଳ କରିବାକୁ ପୋଷ୍ଟର ଜରିଆରେ ଆହ୍ୱାନ ଦେଇଛି ଲାଲ ବାହିନୀ l ତେବେ ଏହି ଦୀର୍ଘଦିନ ନୀରବତା ପରେ ଏଭଳି ଚେତାବନୀ ମାଓ ପୋଷ୍ଟର ଦେଖି ଅଞ୍ଚଳରେ ଏକ ପ୍ରକାର କକୁଆ ଭୟ ସୃଷ୍ଟି ହେଇଛି l ତେବେ ଘଟଣା ସ୍ଥଳରେ ବେଲଘର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ଦଳ ପହଞ୍ଚି ପୋଷ୍ଟର ଉଦ୍ଧାର କରି ଗଛ ମୁଖ୍ୟ ରାସ୍ତାରୁ ହଟେଇଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୫/୨୦୨୩---୮,୪୫ Sakhigopal News,6/5/2023