ଗଞ୍ଜେଇ ଚୋରା ଚାଲାଣ ବେଳେ ବାଲିଗୁଡା ପୋଲିସ ର ଚଢ଼ାଉ
କନ୍ଧମାଳ---- ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ବାଲିଗୁଡା ପୋଲିସ କୈାଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ l ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଲୋଡିଂ ସମୟରେ ପୋଲିସ ଏକ ଟ୍ରକ, କାର ସହ 175 କେଜି 600 ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ l ଗଞ୍ଜେଇ କାରବାର ରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ l ସୁଚନା ଯୋଗ୍ୟ ଯେ ବାଲିଗୁଡା ଥାନା ମହାସିଙ୍ଗ ନିକଟସ୍ଥ ଗୁମାପଦର ଛକ ନିକଟରେ ଏହି ଚଢ଼ାଉ କରିଥିଲା ପୋଲିସ l ଗିରଫ 3 ଜଣ ହେଲେ ଝାରଖଣ୍ଡ ତେତୁଲମାରୀ ର ଉମେଶ ସିଂ ଓ ପ୍ରଦୀପ ସିଂ l ଅନ୍ୟ ଜଣେ ରାଇକିଆ ର ଇସାକ ନାୟକ l ଏହି ଘଟଣା ରେ ବାଲିଗୁଡା ପୋଲିସ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୧/୪/୨୦୨୩----୮,୪୫ Sakhigopal News,11/4/2023