ଡେଲାଙ୍ଗ ରେ ୮୮ତମ ଉତ୍କଳ ଦିବସ ପାଳିତ
ଡେଲାଙ୍ଗ----- ଡେଲାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ, ଶିକ୍ଷକ ଅଭୟ ଚରଣ ସାହୁ, ନାରାୟଣ ବରାଳ,ଟିକେଇ ଦଳାଇ,ମାନସ ସ୍ବାଇଁ , ଶିକ୍ଷୟିତ୍ରୀ ପାପଲିନ୍ ପ୍ରଧାନ, ସତ୍ୟଭାମା ବେହେରା ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସୁଦକ୍ଷ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ଗୋପବନ୍ଧୁ ଦାସ, କର୍ମବୀର ଗୌରୀଶଙ୍କର ଆଦି ବରପୁତ୍ର ମାନଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ପ୍ରଦାନ କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୧୯୩୬ ମସିହା ଏପ୍ରିଲ ୧ରେ ଭାଷାଭିତ୍ତିକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବରପୁତ୍ରମାନଙ୍କର ଅପୂର୍ବ ତ୍ୟାଗ, ଓଡ଼ିଶାର ମହାନ୍ କଳା, ସଂସ୍କୃତି, ସାହିତ୍ୟ,ଭାଷା ,ଚଳଣି,ସମରକଳା, ପୂର୍ବ ଗରିମାମୟ ଇତିହାସ ବିଷୟରେ କହି ନିଜ ଭାଷା , ଐତିହ୍ୟ, ସଂସ୍କୃତିକୁ ନ ଭୁଲି ଭବିଷ୍ୟତରେ ଜଣେ ସଚ୍ଚୋଟ ଓଡିଆ ହୋଇ ବିଶ୍ଵରେ ପରିଚୟ ସୃଷ୍ଟି କରିବାକୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୪/୨୦୨୩----୮,୧୦ Sakhigopal News,1/4/2023
ଡେଲାଙ୍ଗ ରେ ୮୮ତମ ଉତ୍କଳ ଦିବସ ପାଳିତ
Reviewed by sakhigopal news
on
07:00
Rating: 5
