ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ
ସାକ୍ଷୀଗୋପାଳ---- ପଟ୍ଟନାୟିକିଆ ସ୍ଥିତ ସତ୍ୟବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଡ. ଶାନ୍ତନୁ କୁମାର ରଥ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଓଡିଶୀ ଗୁରୁୂ ରାମହରି ଦାସ, ଜିଲ୍ଲା ଶିକ୍ଷା ସହଅଧିକାରିଣୀ ମମତା ମିଶ୍ର ଓ ବ୍ଳକ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସତ୍ୟବାଦୀ ବିଧାୟକ ଶ୍ରୀ ସମାନ୍ତରାୟ କହିଥିଷଲ ରାଜ୍ୟ ସରକାର ଯେପରି ଓଡିଆ ବିଦ୍ୟାଳୟ ଖୋଲି ଶିକ୍ଷା ବିଭାଗରେ ଏକ ନୂତନ ଅଧ୍ୟାୟ ସୃ୍ଷ୍ଟି କରିଛନ୍ତି । ଯାହା ଫଳରେକି ଆମ ପିଲା ମାନେ ବେସରକାରୀ ବିଦ୍ୟାଳୟରେ ନ ପଡି ଆମ ବିଦ୍ୟାଳୟରେ ପଡି ବେଶ ସୁନାମ ଅଜନ କରିବାକୁ ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ସେହିପରି ଡ.ରଥ ଶିକ୍ଷା, ସଂସ୍କୃତି ଓ ଆମ ପରମ୍ପରା ଏକ ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିନ୍ଦୁସାଗର ସ୍ୱାଇଁ ସ୍ୱାର୍ଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣି ପାଠ କରିଥିଷଲ ଅମର ଜିତି ପାଇକରାୟ । କାର୍ଯକ୍ରମରେ ଅତିଥି ପରିଚୟ ଓ ସଂଯୋଜନା କରିଥିଲେ ବିଦ୍ୟାଳୟର ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ ଓ ସ୍ୱର୍ଣ୍ଣଲତା ଦାସ । ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଦେଇ ସମ୍ବଦ୍ଧିତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଧନ୍ୟବାଦ ଦେଇଥିଲେ କ୍ଷଣପ୍ରଭା ସ୍ୱାଇଁ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୩----୭,୧୦ Sakhigopal News, 1/2/2023