ଗାଡିରେ ବତୀ ବ୍ୟବହାର କୁନେଇ ଅସନ୍ତୋଷ,ଭାରତୀୟ ବିକାଶ ପରିଷଦ ପକ୍ଷରୁ ଉଚ୍ଛେଦ ଦାବି
ନୟାଗଡ----ଭାରତୀୟ ବିକାଶ ପରିଷଦ ତରଫରୁ ଅଭିଯୋଗ କରାଯାଉଛିଯେ ରାଜ୍ୟର ସମସ୍ତ ରାଜସ୍ବ କମିଶନର ଜିଲ୍ଲାପାଳ, ଆରକ୍ଷୀ ଅଧକ୍ଷ, ଉପଜିଲ୍ଲାପାଳ, କମିଶନର ମହାନଗର ନିଗମ, ଅତିରିକ୍ତ ଜିଲ୍ଲାପାଳ, ତହସିଦାର, ବିଡ଼ିଓ, ପୋଲିସ ,ମୁନିସିପାଲିଟି ଓ ଏନଏସି ର ଅଧିକାରୀ ମାନେ ଆଇନ ଉଲ୍ଲଂଘନ କରିଛନ୍ତି। ମାନ୍ୟବର ସୁପ୍ରିମ କୋର୍ଟ ଙ୍କ କେସ ଆଦେଶ ଅଭୟ ସିଂ ବିପକ୍ଷ ଉତ୍ତରପ୍ରଦେଶ ସରକାରଙ୍କ ତା 10.12.2013 ର ଅବମାନନା, କେନ୍ଦ୍ର ସରକାରଙ୍କ ନୋଟିଫିକେସନ ନମ୍ବର GSR NO 423 ତା 1.5.2017, କେନ୍ଦ୍ରସରକାରଙ୍କ ନୋଟିଫିକେସନ ନମ୍ବର S O 52 (E) ତା 11.01.2002 ଏବଂ ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଙ୍କ ନୋଟିଫିକେସନ no 3897 ତା 01.06.2017 ର ଆଦେଶ ଉଲଂଘନ କରି ଜାଣିଶୁଣି ନିଜ ର ଭ୍ରଷ୍ଠାଚାର, ଦୁର୍ନୀତି ଓ ପଦବୀର ଅପବ୍ୟବହାର କୁ ଘଣ୍ଟ ଘୋଡାଇବା ପାଇଁ ସରକାରୀ ଗାଡିରେ ନାଲିବତୀ ଆଜିପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି l
ପ୍ରକାଶ ଥାଉକି କେନ୍ଦ୍ରସରକାର ମୋଟର ଜାନ ନିୟବଳୀ 1989 କୁ 2017 ମସିହାରେ ନିୟମ 108 ର ସଂଶୋଧନ ଓ ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ମୁତାବକ କେନ୍ଦ୍ର ସରକାରଙ୍କ ନୋଟିଫିକେସନ ନମ୍ବର S O 52 (E) ତା 11.01.2002 ରେ ବର୍ଣିତ ଉଚ୍ଚ ସମ୍ଭୋଧାନିକ ପଦବୀ ଅନୁଯାୟୀ ଓଡିଶା ସରକାର ଆଦେଶ ପ୍ରଦାନ କରିଛନ୍ତି । ଫ୍ଲାଶ ଜନିତ ନାଲିବତୀ ଗାଡି କେବଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି ହାଇ କୋର୍ଟ,ବାଚସ୍ପତି, କ୍ୟାବିନେଟ ମନ୍ତ୍ରୀ, ସମସ୍ତ ଜଷ୍ଟିସ ଉଚ୍ଚ ନ୍ୟାୟାଳୟ କେବଳ ବ୍ୟବହାର କରିପାରିବେ। ସେହିପରି ବିନା ଫ୍ଲାଶ ନାଲିବତୀ ଗାଡି ଉପ ବାଚସ୍ପତି, ରାଜ୍ୟ ମନ୍ତ୍ରୀ ଗଣ, ମୁଖ୍ୟ ଶାସନ ସଚିବ ବ୍ୟବହାର କରିପାରିବେ ।ସେହିପରି ରାଜ୍ୟର ଉଚ୍ଚପଦବୀ ପୋଲିସ ଯଥା DGP, ADGP, IG DIG, SP, DCP,ACP, ASP, DSP ମାନେ ବ୍ଲୁ ବତୀ ସରକାରୀ ଗାଡି ରେ ବ୍ୟବହାର କରିପାରିବେ I
ସଂଶୋଧିତ କେନ୍ଦ୍ର ମୋଟର ଯାନ ନିୟମ 108 ଉପନିୟମ 4 ପ୍ରକାରେ ରାଜ୍ୟରେ କୌଣସି ବିପର୍ଯୟ ସମୟରେ ଜରୁରୀକାଳୀନ କାର୍ଯ୍ୟପାଇଁ ରାଜ୍ୟ ସରକାର କେଉଁ କେଉଁ ପଦାଧିକାରୀ ନାଲି ବତୀ ଗାଡି ବ୍ୟବହାର କରିବେ ତାହା ସ୍ଥିର କରିବେ ।
21.ମାର୍ଚ୍ଚ 2020 ଠାରୁ ଦେଶରେ କେନ୍ଦ୍ର ସରକାର କରୋନା ମହାମାରୀ 2019 ପାଇଁ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ 2005 କୁ ଲାଗୁକାରୀ ତା 31. ମାର୍ଚ୍ଚ 2022 ଠାରୁ ପ୍ରତ୍ୟାହାର କରିଦେଇଥିଲେ । ରାଜ୍ୟର ସମସ୍ତ ବିଡ଼ିଓ, ତହସିଲଦାର, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ପୋଲିସ ଅଧିକାରୀ, ରାଜସ୍ବ କମିଶନର, ମହାନଗର ନିଗମ କମିଶନର, ମୁନିସିପାଲିଟି ଅଧିକାରୀ, ସମେତ ବିଜ୍ଞାପିତ ଅଞ୍ଚଳ ଅଧିକାରୀ ପଦବୀ ଯାହାକି ବରିଷ୍ଠ କିରାଣୀ ତାତୁଲ୍ୟ ପଦବୀରେ ଥିବା କର୍ମଚାରୀ ମାନେ ନାଲି ବତୀ ଗାଡି ବ୍ୟବହାର କରୁଛନ୍ତି, ।
ଉଦାହରଣ ସ୍ୱରୂପ ଓଡ଼ିଶାର 30 ଗୋଟି ଜିଲ୍ଲାରେ ସମସ୍ତ ଉପରବର୍ଣିତ ସରକାରୀ କର୍ମଚାରୀମାନେ ନାଲିବତୀ ଗାଡି ବ୍ୟବହାର କରୁଥିବା ବେଳେ ପ୍ରମାଣିତ ସ୍ୱରୂପ ବିଡ଼ିଓ ଓ ତହସିଲଦାର , ଖଣ୍ଡପଡା, ଗଣିଆ, କୋଦଳା, ଖଲିକୋଟ, ହିଞ୍ଜିଳିକାଟୁ, ନୟାଗଡ଼, ରାୟଗଡା, ଛତ୍ରପୁର, ଦଶପଲ୍ଲା, ବୌଦ୍ଧ, ବଲାଙ୍ଗୀର, ଫୁଲବାଣୀ, ସମ୍ବଲପୁର, ବରଗଡ଼,, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ସମେତ ଉପଜିଲ୍ଲାପାଳ, ବ୍ରହ୍ମପୁର, ନୟାଗଡ, ଛତ୍ରପୁର, ପାରଳାଖେମୁଣ୍ଡି, ଗୁଣୁପର, ଭଞ୍ଜନଗର, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼,, ସମସ୍ତ ପୋଲିସ ଅଧିକାରୀ ଇତ୍ୟାଦି ଇତ୍ୟାଦି ଓ ସମସ୍ତ ଜିଲ୍ଲାର ମୁନିସିପାଲିଟି ଓ ଏନଏସି ଅଧିକାରୀମାନେ ନାଲିବତୀ ଗାଡି ଆଜି ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି l
ଏଣୁ ଭାରତୀୟ ବିକାଶ ପରିଷଦ ଦାବିକରୁଛି ଯେ ପତ୍ର ପ୍ରାପ୍ତିର ସାତ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଉପରବର୍ଣିତ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ପ୍ରଦାନ କରାଯାଉ । ତୁରନ୍ତ ନିଜ ନିଜ ବ୍ୟବହୃତ ସରକାରୀ ଗାଡ଼ିରୁ ନାଲିବତୀ ଉଛେଦ କରିବେ l ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ସୁପ୍ରିମ କୋର୍ଟଙ୍କ ଆଦେଶ ଅବମାନନା ମାମଲା ଭାରତୀୟ ବିକାଶ ପରିଷଦ ୠଜୁକରିବ lଏହି ବତୀ ବ୍ୟବହାର ସମ୍ପର୍କରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇ ବିଭାଗୀୟ ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କୁଯଥାମୁଖ୍ୟଶାସନ ସଚିବ, ଓଡିଶା.
ପ୍ରମୁଖ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ, ଓଡିଶା.ମହାନିର୍ଦେଶକ ପୋଲିସ ଓଡିଶା କଟକ. ସମସ୍ତ ରାଜସ୍ବ କମିଶନର, ଜିଲ୍ଲାପାଳ, ଆରକ୍ଷୀ ଅଧକ୍ଷ ଉପଜିଲ୍ଲାପାଳ, କମିଶନର ମହାନଗର ନିଗମ, ତହସିଲଦାର, ବିଡ଼ିଓ, ପୋଲିସ ଅଧିକାରୀ,ମୁନିସିପାଲିଟି ଓ ଏନଏସି ଅଧିକାରୀ ମାନଙ୍କ ଦ୍ୱାରା ସରକାରୀ ଗାଡ଼ି ରେ ନାଲିବତୀ ର ଅପବ୍ୟବହାର ଓ ନାଲିବତୀ ଉଛେଦ ଦାବିରେ ଦାବିପତ୍ର କୁ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀପ୍ରଦାନ କରିଛନ୍ତି।ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୫/୧/୨୦୨୩----୮,୨୦ Sakhigopal News,15/1/2023