Breaking News

କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ, ପାଠାଗାର ଓ ପ୍ରମୋଦ ଉଦ୍ୟାନ ପ୍ରସ୍ତାବିତ ଜମି ଉପରେ ନ କରିବା ପାଇଁ ସ୍ଥଗିତା ଦେଶ ଜାରି

 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତରେ ନିମାର୍ଣ ହେବାକୁ ଥିବା କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ, ପାଠାଗାର ଓ ପ୍ରମୋଦ ଉଦ୍ୟାନ କରିବା ପାଇଁ ଜମି ଉପରେ ଏକ ଜନସ୍ୱାର୍ଥ ମାମଲା ରୁଜ କରାଯାଇଥିଲା । ୧୪/୭ରେ ମାନ୍ୟବର ହାଇକୋର୍ଟ ବିଚାର କରି କାର୍ଯ୍ୟ ସ୍ଥଗିତା ଦେଶ ଜାରି କରିଛନ୍ତି । ସୁଚନା ଯୋଗ୍ୟ ଯେ ବନପୁର ଗ୍ରାମର ଶ୍ରୀଧର ଦାଶଙ୍କ ପୁଅ ଦେବାଶିଷ ଦାଶ ମାନ୍ୟବର ହାଇର୍କୋଟରେ ଏକ ଜନସ୍ୱାର୍ଥ ମାମଲା ରୁଜ କରିଥିଲେ । ଉକ୍ତ ପ୍ରକଳ୍ପ ଗୁଡିକ ଯେଉଁ ଜମିରେ କରିବା ପାଇଁ ଆରମ୍ଭ କରାଯାଉଛି ବନପୁର ମୌଜାର ଖାତାନଂ- ୫୭୩, ପ୍ଳଟନଂ-୧୦୪୬ ରେ ୪୫ ଡିସିମିଲି ଓ ୬୦୧ରେ ୮୦ ଡିସିମିଲି ଜମି ରହିଛି ।  ସେଠାରେ କାମ କରାଗଲେ ପାଖରେ ଥିବା ଦଳିତ ବସ୍ତି ବର୍ଷା ଦିନରେ ପାଣି ଘେରକୁ ଚାଲିଯିବ । ଉକ୍ତ ପଞ୍ଚାୟତରେ ବହୁ ସରକାରୀ ଜମି ରହିଥିବା ବେଳେ ଏହି ଜମି ଉପରେ କାହିଁକି କରାଯିବ ତାହାକୁ ଗ୍ରାମବାସୀ ମାନେ ବିରୋଧ କରୁଛନ୍ତି । ଏପରିକି ଗ୍ରାମବାସୀ ମାନେ ଉକ୍ତ ଜମିରେ ଯୁବକସଂଘ ଓ ମହିଳା ସମିତି ଗୃହ କରିବା ପାଇଁ ସ୍ଥିର କରିଛନ୍ତି । ମାତ୍ର ଗ୍ରାମ ବାସୀ ମାନେ ବିରୋଧ କରିବା ସେ ତ୍ତ୍ୱ ସେଠାରେ ବ୍ଳକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ କାମ କରିବା ନାଇଁ ଜିଦ କରିଛନ୍ତି । ଏହାକୁ ନେଇ ଡ୍ୟୁ, ପି, (ସି) ନଂ- ୧୫୭୦୪/୨୧ରେ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜ କରାଯାଇଥିଲା । ଏଥିରେ ପଞ୍ଚାୟତରାଜ ସେକ୍ରେଟେରୀ, ପୁରୀ ଜିଲ୍ଲାପାଳ, ସତ୍ୟବାଦୀ ତହସିଲଦାର, ସତ୍ୟବାଦୀ ବିଡିଓଙ୍କ ସହିତ ନୂଆସମେଶ୍ୱରପୁର ସରପଞ୍ଚଙ୍କୁ  ପକ୍ଷ କରାଯାଇଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୭/୨୦୨୧  ୧୦---୫୫   Sakhigopal News, 16/7/2021  Sakhigopal News, 16/7/2021

Blog Archive

Popular Posts