Breaking News

ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ମଡେଲ ବିଦ୍ୟାଳୟ ପାଇଁ ମନୋନୀତ

 
ଭେଡେନ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ମଡେଲ ବିଦ୍ୟାଳୟ ପାଇଁ ମନୋନୀତ ହୋଇଛି ।  ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ  ଆନନ୍ଦ ଉଲ୍ଲାସ ଖେଳିଯାଇଛି। ମଡେଲ ବିଦ୍ୟାଳୟ ରୂପେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୫ଟି ଯୋଜନାରେ  ସାମିଲ କରାଯାଇଛି। ଆଜି ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଓ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ସମେତ ଉଚ୍ଚ ସ୍ତରୀୟ କମିଟି  ବିଦ୍ୟାଳୟ ପରିଦର୍ଶନ ରେ ଆସିଥିଲେ। ବିଦ୍ୟାଳୟର ଭିତ୍ତିଭୂମି, କ୍ଷେତ୍ର ପରିଦର୍ଶନ, ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଯାଇଛନ୍ତି।
ଏହି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେସ୍ଵଲ, ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ସ୍ଥାନୀୟ ସରପଞ୍ଚ ରାମେଶ୍ୱରୀ ନନ୍ଦ, ସମିତି ସଭ୍ୟ ଶିବ ପ୍ରସାଦ ଖମାରି, ପରିଚାଳନା କମିଟି ର ସଭାପତି ତୋଷବନତ ବେହେରା ଓ ପରିଚାଳନା କମିଟି ର ସଦସ୍ୟମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୭/୨୦୨୧---୬,୩୦ Sakhigopal News,18/7/2021

Blog Archive

Popular Posts