Breaking News

ଗୋରୁଗାଈ ମାନଙ୍କର ଅକାଳ ମୃତ୍ୟ,ଉପଯୁକ୍ତ ଚିକିତ୍ସା ର ଅଭାବ


 
ବରଗଡ଼----ଗୋ ମାତା ସେବା କରିବା ହିନ୍ଦୁ ର ପରମ୍ପରା  ହୋଇଥିବାବେଳେ ଏବେ ଦେଖାଯାଉଛି ଯେ ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଗାଈଗୋରୁ ପାଳନ କରୁଛନ୍ତି ।  ହେଲେ ଖାଦ୍ୟ, ଚିକିତ୍ସା ଓ ରକ୍ଷଣାବେକ୍ଷଣ ଉପଯୁକ୍ତ ଯତ୍ନ ନେବାର ପରିଲକ୍ଷିତ ହେଉନାହିଁ।  ଗୋରୁଗାଈ ଙ୍କୁ ଅନାଥ ଭାବରେ  ଛାଡି ଦିଆଯାଉଛି।  ରେଙ୍ଗାଲି କ୍ୟାମ୍ପ ରୁ ଜହ୍ନାପଡା କେନାଲ ରାସ୍ତା କଡ଼ରେ ଦୁଇଦିନ ପର୍ଯ୍ୟନ୍ତ ଗାଈ ଟିଏ ମରିକି ପଡ଼ିରହିଥିଲା ।  ଗାଇର ମାଲିକ ଆସିବ ଭାବି ଥିଲେ ଲୋକମାନେ । ମାତ୍ର ଗାଇର ମାଲିକ ଯେତେବେଳେ ଜାଣିଲା ଯେ ତା'ର ଗାଇଟି ରାସ୍ତା କଡ଼ରେ ମରିକି ପଡ଼ିଛି ସେତେବେଳେ ସେ ତା'ର ମାଲିକ ବୋଲି ପରିଚୟ ଦେଲା ନାହିଁ । ନିଜର ମାନବିକତା ଭୁଲି ଯାଇଛି ।  ଆଜି ଝରାପଲ୍ଲୀ ମାର୍କେଟ (ଥୁଆପାଲି)ଲାୟନ୍ସ କ୍ଳବ ର ସଦସ୍ୟମାନଙ୍କ ଦ୍ବାରା ମରିପଡିରହିଥିବା ଗୋ ମଡକ ର ଶବ ସଂସ୍କାର କରାଯାଇଛି। ଏତାଦୃଶ କାର୍ଯ୍ୟ ପାଇଁ ସାଧାରଣ ଲୋକେ ଲାୟନ୍ସ କ୍ଳବ ର ସଦସ୍ୟମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୭/୨୦୨୧___୧୦,୧୫ 
Sakhigopal News,17/7/2021

Blog Archive

Popular Posts