Breaking News

ଡେଲାଙ୍ଗ ବ୍ଳକରେ ୪୨ଟି ବୁଥ ଉତ୍ତେଜନା ଓ୩୧ଟି ବୁଥ ସମ୍ବେଦନଶୀଳ

 ଡେଲାଙ୍ଗ ----- ପିପିଲି ବିଧାୟନସଭା ଆସନ ପାଇଁ ୧୭ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି । ଡେଲାଙ୍ଗ ବ୍ଳକରେ ବିଧାନସଭା ନିର୍ବାଚନ ପାଇଁ ୧୧୯ ଟି ବୁଥ ରହିଛି । ସେଥି ମଧ୍ୟରୁ ପ୍ରଶାସନ ପକ୍ଷରୁ ୪୨ଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ କରାଯାଇଥିବା ବେଳେ ୩୧ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି ବୋଲି ବ୍ଳକ ନିର୍ବାଚନ ଅଧିକାରୀ ତଥା ଡେଲାଙ୍ଗ ବ୍ଳକ ବିଡିଓ ଦିଲୀପ କୁମାର ଷଡଙ୍ଗୀଙ୍କ ଠାରୁ ସୁଚନା ମିଳିଛି । ସେ ଗୁଡିକ ହେଲା ହରିପୁର, ବରପଦା, ମାଣିତ୍ରୀ, ଅରାଗଡ, ହରିରାଜପୁର, କୁମୁଣ୍ଡାଳ, ଗଡବେଗୁନିଆପଡା, ମୁନିନ୍ଦା, ବଡଆଙ୍କୁଲା, ଡେଲାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡେଲାଙ୍ଗ ବାଲିକା ନୋଡାଲ ଉଚ୍ଚ ବିଦ୍ୟାଳୟ, ବୋଳକଣା, ଚିତ୍ତଳପୁର, ହାକପଡା, ଗୁଆଳିପଡା, ଓ ପ୍ରହରାଜପୁରରେ ୨ଟି ମତଦାନ କେନ୍ଦ୍ର, ରେଙ୍ଗଲ, କୁଆପଦା, କଅଁଳାପଡା, ବାଲିହୁଙ୍କା, ଶିଶୁଆପଡାର୩ଟି ଯାକବୁଥ ଯୋରକଣି, ଘନିପୁରର୪ଟି ବୁଥ,  ସିଂହବ୍ରହ୍ମପୁର, ଷଡାଙ୍ଗୋଇର ୫ଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି । ଜମୁନା, ଝାରପଡା, ସିହବ୍ରହ୍ମପୁର, ଚାଇଁପୁର, ଗଡମୋଟରୀ, ରାଢ଼ୁଅ, ଜଗଦଳପୁର, ହାକପଡା, ଗୁଆଳିପଡା, କଲ୍ୟାଣପୁର, ଅଲଉତା, ବୋଳକଣା, ବରକେରା, ନାଗଣ, ଇନ୍ଦିପୁର ବାତୋଳ, ଘୋରଡିଆ୪ଟିବୁଥଙ୍କୁ ସମ୍ବେଦନଶୀଳ ବୁଥ ଭାବେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । କରୋନା ଦାଉରୁ ରକ୍ଷା କରିବା ପାଇଁ ଅତିରିକ୍ତ ୩୦ ଟି ବୁଥ ଅତିରିକ୍ତ ଭାବେ କରାଯାଇଛି ବୋଲି ବ୍ଳକ ନିର୍ବାଚନ ଅଧିକାରୀ ଶ୍ରୀ ଷଡଙ୍ଗୀଙ୍କ ଠାରୁ ସୁଚନା ମିଳିଛି । ଉପନିର୍ବାଚନକୁ ଶାନ୍ତି, ମୁକ୍ତ ଓ ଅବାଧ ନିରପେକ୍ଷତା ଭାବେ ସୁପରିଚାଳନା କରିବା ପାଇଁ ବ୍ୟାପକ ପୁଲିସ ମୃତୟନ ବ୍ୟବସ୍ଥା କରାଯାଇଛି ବୋଲି ତହସିଲଦାର ତଥା ମହେନ୍ଦ୍ର କୁମାର ବଡେଇଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୧----୯,୧୫

Blog Archive

Popular Posts