Breaking News

ସତ୍ୟବାଦୀରେ କରୋନା ବ୍ୟାପିଲା ;

 ସାକ୍ଷୀଗୋପାଳ----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଏବେ କରୋନା ଉପରମୁହାଁ ହୋଇଛି ।  ଏବେ ହାଇସ୍କୁଲର ଜଣେ ଶିକ୍ଷକ କରୋନାରେ  ଆକ୍ରମଣ ହୋଇଥିବା  ଜଣାପଡିଛି । ଯାହାକୁ ନେଇ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପିଲାଙ୍କ କ୍ଳାସ ପରୀକ୍ଷା ଚାଲିଥିବାରୁ ଏହା ବ୍ୟପିବାରେ ଆଶଙ୍କା କରାଯାଉଛି । ତୁରନ୍ତ ହାଇସ୍କୁଲ ସାନିଟାଇଜର କରିବା ପାଇଁ ଦାବି କରାଯାଇଛି । ସାକ୍ଷୀଗୋପାଳ ବଜାର ଠାରୁ ଅଫିସ ମାନଙ୍କରେ କେହି ମାସ୍କ ବ୍ୟବହାର କରୁନଥିବା ଜଣାପଡିଛି । ପୁରୀ ଜିଲ୍ଲାପାଳ ତୁରନ୍ତ ସାକ୍ଷୀଗୋପାଳ ବଜାର ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ,ପ୍ରୋଟୋଲ ଟାଙ୍କି, ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଉପରେ ଚଡାଉ କରିବା ପାଇଁ ବୁଦ୍ଧଜୀବୀ ମାନେ ନିବେଦନ କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୪୨୦୨୧----୯, ୨୦

Blog Archive

Popular Posts