ଦିଲୀ ଚାଲ କୃଷକ ଆନ୍ଦୋଳନ କୁ ସମର୍ଥନ ଜଣାଇ ଭୁବନେଶ୍ୱର ରେ ବିକ୍ଷୋଭ
ଭୁବନେଶ୍ୱର---- ଦିଲୀ ଚାଲ କୃଷକ ଆନ୍ଦୋଳନ କୁ ସମର୍ଥନ ଜଣାଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡିଶା ତରଫରୁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲୀ ଚାଲ କୃଷକ ଆନ୍ଦୋଳନ କୁ ମୋଦି ସରକାର ଯେଉଁଭଳି ଭାବେ ଦମନ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଗଣ ତାନ୍ତ୍ରିକ ଇତିହାସରେ କଳା ଅଧ୍ୟାୟ ସୃଷ୍ଟି କରିଛି ବୋଲି ସମିତି କହିଛି । କେନ୍ଦ୍ର ସରକାର ଅବିଳମ୍ବେ କୃଷକ ବିରୋଧୀ ତିନୋଟି କୃଷି ଆଇନି 2020 ଏବଂ ଜନ ବିରୋଧୀ ବିଦ୍ୟୁତ ବିଲ 2020 ପ୍ରତ୍ୟାହାର କରିବା ପାଇଁ ଏ,ଆଇ,କେ,ଏସ,ସି,ସି ତରଫରୁ ଦାବି କରାଯାଇଛି।ଏହି କାର୍ଯ୍ୟକ୍ରମ ରେ କ୍ଷୀରୋଦ କୁମାର ସିଂହଦେଓ ,ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ ମହେନ୍ଦ୍ର ପରିଡା ପ୍ରମୁଖ ଏହି ବିକ୍ଷୋଭ ର ନେତୃତ୍ୱ ନେଇଥିଲେ । ଧୀରେନ୍ଦ୍ର ସେନାପତି ୩/୧୨/୨୦୨୦---- ୮,୧୦