ଅଗ୍ନି ବିପନ୍ନ ପରିବାରକୁ ସହାୟତା ହାତ ବଡାଇଲା ବିଜେପି
ଡେଲାଙ୍ଗ------ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ପଞ୍ଚାୟତ ବଡ ଜେନାସାହିର ବ୍ରଜବନ୍ଧୁ ବଡଜେନାଙ୍କର ଟିଭି୍ ସର୍ଟସର୍କିଟ ହୋଇ ନିଆଁ ଲାଗିଯିବାରୁ ଦୁଇ ବଖରା ଘର ସମେତ ବହୁ ଆସବାବ ପତ୍ର ପୋଡି ଜଳି ଯାଇଥିଲା । ଏହି ଅଗ୍ନି ବିପନ୍ନ ପରିବାରକୁ ବିଜେପି ପକ୍ଷରୁ ସ୍ଥାନିୟ ଯୁବନେତା ଶତୃଘ୍ନ ବଳିଆରସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଙ୍କ ଘରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ସମବେଦନା ଜଣାଇଥିଲେ । ବିପନ୍ନ ପରିବାରଙ୍କୁ ପଲିଥିନି,ଚାଉଳ,ଚୁଡା,ଚିନି,ଡାଲି,ଲୁଣ,ମହମବତୀ ଓ ଡିଆସିଲ ଆଦି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ସେହୀପରି ବିଜେପି ପକ୍ଷରୁ ଏହି ପରିବାରକୁ ୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ନେଇ ସ୍ଥାନିୟ ବିଜେପି ମଣ୍ଡଳ ନେତା ଲଡୁ କିଶୋର ରାୟ ସୁଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଲିଳେନ୍ଦ୍ର ଜେନା,ମନୋରଞ୍ଜନ ହରିଚନ୍ଦନ ଓ ପୁର୍ଣ୍ଣଚନ୍ଦ୍ର ଶତୃସଲ ପ୍ରମୁଖ ସହ ଯୋଗ କରିଥିବା ବେଳେ ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୨/୧୧/୨୦୨୦--- ୯.୧୫