ବେଗୁନିଆରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ
ବେଗୁନିଆ------ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ୧୩୨ତମ ଜୟନ୍ତୀ ବେଗୁନିଆସ୍ଥିତ ଭରସା ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ଏ ନେଇ ସଭାର ପ୍ରାରମ୍ଭରେ ସ୍ୱର୍ଗତ ଚୌଧୁରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ସମ୍ପାଦିକା ପ୍ରତିମା ପ୍ରଧାନ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପାଣିଗ୍ରାହୀ, ସାମ୍ବାଦିକ ବିବେକାନନ୍ଦ ମିଶ୍ର, ନାଏବ ସରପଞ୍ଚ ପ୍ରସନ୍ନ କୁମାର ବାରିକ,ସଭ୍ୟ ବାସୁଦେବ ବେହେରା,କାହ୍ନୁ ଚରଣ ବେହେରା, ମନୋଜ କୁମାର ମହାପାତ୍ର,କଳ୍ପତରୁ ପଣ୍ଡା,ସୁରେନ୍ଦ୍ର ପାଲଟା ସିଂହ ଓ ବାସନ୍ତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଚୌଧୁରୀଙ୍କ ଅନନ୍ୟ ଦେଶପ୍ରେମ ଓ ସମ୍ୟବାଦ ନୀତି ଉପରେ ଆଲୋକପାତ କରିଥିଲେ । ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା,୨୩/୧୧/୨୦/୧୧,୫୦