ଡେଲାଙ୍ଗ---- ଏ.ଆଇ.ୟୁ.ଟି.ୟୁ.ସି ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟନିୟନ ପକ୍ଷରୁ ଦିଆଯାଇଥିବା ଡାକରା ଭାରତ ବନ୍ଦକୁ ସମର୍ଥନ କରି ଏସ୍.ୟୁ .ସି.ଆଇ ଓ ଅଲଇଣ୍ଡିଆ କିଷାନ କ୍ଷେତ ମଜୁଦୁର ସଂଗଠନ ଭାରତ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ସଂଗଠନ ର କର୍ମିମାନେ ହାତରେ ବ୍ୟାନର ଓ ଫ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ଡେଲାଙ୍ଗ ଷ୍ଟେସନ ବଜାର ପରିକ୍ରମା କରିବା ସହ ଡେଲାଙ୍ଗ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯେଉଁ କେତେକ ଦାବୀ ପାଇଁ ବନ୍ଦ ଡାକରା ଦିଆଯାଇଛି ସେଗୁଡିକ ମଧ୍ୟରୁ ୪୪ଟି ଶ୍ରମ ଆଇନିକୁ ସଂଶୋଶନ କରି ବାତିଲ କରିବା, ଶ୍ରମିକଙ୍କୁ ୧୨ ଘଣ୍ଟା କାର୍ଯ୍ୟ ପରିବର୍ତେ ୮ଘଣ୍ଟା କାର୍ଯ୍ୟରେ ନିୟୋଜିତ କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନି ସଂଶୋଧନ କୁ ରଦ୍ଦ କରିବା ,ଘରୋଇ ମଣ୍ଡି ଆଇନି ରଦ୍ଦ ଆଦି ଦାବି କରାଯାଇଛି । କେନ୍ଦ୍ରରେ ଥିବା ବିଜେପି ସରକାର ବିରୁଦ୍ଧରେ ଦେଶବ୍ୟାପି ଶ୍ରମିକ ଓ କୃଷକମାନେ ଆନ୍ଦୋଳନ ଜରିବା ସହ ଭାରତ ବନ୍ଦକୁ ସଫଳ କରିଛନ୍ତି । ଏହି ଆଇନି ଗୁଡିକ ସଂଶୋଧନ ବା ପୁନଃ ବିଚାର ନହେବା ଯାଏଁ ସାଧାରଣ ହରତାଳ ଓ ବନ୍ଦ ଡାକରା ଚାଲୁ ରଖିବ । ଏହି କାର୍ଯ୍ୟକ୍ରମରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଡେଲାଙ୍ଗ ବ୍ଲକ ଆଞ୍ଚଳିକ କମିଟିର ସମ୍ପାଦକ କମ୍ରେଡ୍ ଦୀନବନ୍ଧୁ ପରିଡା,ଏଏ.ଆଇ.କେ.କେ ଏମ୍.ଏସ ର ଡେଲାଙ୍ଗ ବ୍ଲକ ସମ୍ପାଦକ କମ୍ରେଡ୍ ବଟକୃଷ୍ଣ ସ୍ୱାଇଁ ,ସଂଗଠନର ପୁରୀ ଜିଲ୍ଲ ସଭାପତି ଗଙ୍ଗାଧର ପ୍ରଧାନ ,ବରିଷ୍ଠ କର୍ମି ପଦ୍ମ ଚରଣ ଜେନା ପ୍ରମୁଖଙ୍କ ସହିତ ଶତାଧିକ କର୍ମି ଏଥିରେ ସାମିଲ ହୋଇଥିଲେ । ଏ.ଆଇ.କେ.କେ.ଏମ୍.ଏସ୍ ରାଜ୍ୟ ସମ୍ପାଦକ କମ୍ରେଡ୍ ରଘୁନାଥ ଦାଶଙ୍କ ନେତୃତ୍ୱରେ କର୍ମୀ ମାନେ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେହିପରି କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୁଧରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଶୋକ ପ୍ରଧାନ ଓ କିଶାନ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ବନ୍ଦ ଡାକରାରେ ଧର୍ମଘଟ ସଫଳ କରିବା ପାଇଁ ଶତାଧିକ କର୍ମିମାନେ ସାମିଲି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୧୧/୨୦୨୦---୯,୧୫