ପରିବେଶ ସୁରକ୍ଷାରେ ଗୋ ସମ୍ପଦ କର୍ମଶାଳା
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମର ସବୁଜଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ୬୯ତମ ଗୋ ସମ୍ବର୍ଦ୍ଧନା ସପ୍ତାହ ଅବସରରେ ଗିରିଗୋବର୍ଦ୍ଧନା ପୂଜା ଠାରୁ ଗୋଷ୍ଟାଷ୍ଟମୀ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଯାଇଛି । ଟ୍ରଷ୍ଟର ଆବାହକ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ପରିବେଶ ସୁରକ୍ଷାରେ ଗୋ ସମ୍ପକର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ହିନ୍ଦୁ ଧର୍ମରେ ଗୋ ମାତାଙ୍କୁ ପୂଜା କରାଯାଉଛି । ଏପରିକି ସେ ସମୟରେ ପ୍ରତି ପରିବାର ଘରେ ଗୁହାଳ ରହିଥିବା ବେଳେ ଗୋରୁ ରହିଥିଲେ । ସମସ୍ତେ ଗୋ ମାତାଙ୍କ ସେବା କରି ଆସୁଥିଲେ । ସେହିପରି ଜୈବିକସାର ବିଲରେ ପୟୋଗ କରାଯାଉଥିଲା । ଏବେ ଜୈବିକସାର ସ୍ଥାନରେ ରାସାୟନିକ ସାର ଦଖଲ କରିଛି । ଯାହାର ପରିଣାମ ଏବେ ଆମକୁ ଭୋଗିବାକୁ ପଡୁଛି ବୋଲି ଆଇନଜୀବୀ ଶ୍ରୀ ପାଢ଼ୀ କହିଥିଲେ । ଏଣୁ ଏବେ ସମସ୍ତେ ଗୋ ସମ୍ପଦର ସୁରକ୍ଷା କରିବା ଜରୁରୀ ହୋଇ ପଡିଛି ବୋଲି ଉପସ୍ଥିତ ଥିବା ଜଣସାଧାରଙ୍କୁ କହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି. ୨୩/୧୧/୨୦--୮,୧୬