Breaking News

ପୂର୍ବତନ ସରପଞ୍ଚ ଓ ଆଦର୍ଶ ଶିକ୍ଷକଙ୍କ ସ୍ମୃତି ସଭା


 ଡେଲାଙ୍ଗ------- ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ରାଧାକାନ୍ତ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ତଥା ବେରବୋଇ ପଞ୍ଚାୟତର ପୁର୍ବତନ ସରପଞ୍ଚ ପଦ୍ମଚରଣ ହରିଚନ୍ଦନ (ଚରଣ ସାର୍‌)ଙ୍କ ଅକାଳ ବିୟୋଗ ହୋଇଯାଇଥିଲା । ତାଙ୍କର ଏକାଦଶାହ ଅବସରରେ ଅମର ଆତ୍ମାର ସଦଗତି ପାଇଁ ତାଙ୍କ ବାସଭବନ ରେଞ୍ଚ ଠାରେ ଏକ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସ୍ମୃତି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗର୍ଦ୍ଧବ ଜେନା ସଭାପତିତ୍ୱ କରିଥିଲେ । । ଶିକ୍ଷକ  ନେତା ଡମ୍ବୁରଧର ମୁଦୁଲି , ସନ୍ତୋଷ କୁମାର ମହାନ୍ତି,ଅମିନ ଚନ୍ଦ୍ର ବିଶ୍ୱାଳ,ଚନ୍ଦ୍ରଶେଖର ସେଠୀ,ଅଭୟ ଚରଣ ସାହୁ,ଅକ୍ଷୟ କୁମାର ସ୍ୱାଇଁ,ବୁଦ୍ଧିଜୀବି ବଟକୃଷ୍ଣ ସ୍ୱାଇଁ ,ଭାସ୍କର ମହାପାତ୍ର,ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନଜର ନିତ୍ୟାନନ୍ଦ ସ୍ୱାଇଁ,ବାଉରିବନ୍ଧୁ ସାହୁ,ନିରଞ୍ଜନ ଶ୍ରୀଚନ୍ଦନ,ଦେବ ରାଉତ ,ଜ୍ଞାନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଶିକ୍ଷାକ୍ଷେତ୍ରରେ ତାଙ୍କର ଅତୁଳନିୟ ଅବଦାନ ,ତ୍ୟାଗ ଓ ନିଷ୍ଠାପର ସେବା,ନିରପେକ୍ଷ ବିଚାର,ପରୋପକାରିତା କାର୍ଯ୍ୟକୁ ଆଲୋକପାତ କରିଥିଲେ । ଶେଷରେ ଏହି ସ୍ମୁତି ସଭାରେ ନିରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୫/୧୧/୨୦---୨୫/୧୧/୨୦,.୩୫

Blog Archive

Popular Posts