ବିନା ଭକ୍ତରେ ଶେଷ ହେଲା ଅଁଳାନବମୀ ଓ ଏକାଦଶୀ ପର୍ବ , କରୋନା ଯୋଗୁ ଚୁଡାଘଷା ବାସ୍ନା ମହକିଲା ନାହିଁ
ସାକ୍ଷୀଗୋପାଳ ------- ପ୍ରବିତ୍ର କାତ୍ତିକ ମାସ ଶୁକ୍ଳ ବଡ ଏକାଦଶୀ ତିଥିରେ ପ୍ରଭୁ ସାକ୍ଷୀଗୋପୀନାଥ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ମନା । ମନ୍ଦିର ନ ଆସିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର କରାଯାଇଛି । ରାଜ୍ୟରେ ମହାମାରୀ କରୋନା ଯୋଗୁ କୋଭିଡ-୧୯ ଆଇନ ଅନୁଯାୟୀ ଭକ୍ତଙ୍କୁ ଗଭବାନଙ୍କ ଠାରୁ ଅଲଗା କରାଯାଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ସାକ୍ଷୀଗୋପିନାଥଙ୍କର ଲକ୍ଷ୍ମୀନାରାୟଣ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ପୁରାଣରେ ବର୍ଣ୍ଣିତ ଅଛି ଯେ ଆଷାଢ ମାସ ଶୁକ୍ଳପକ୍ଷ ବାହୁଡାଏକାଦଶୀ ଠାରୁ ପ୍ରଭୁ ହରି ଶୟନ କରିଥାନ୍ତି । ପବିତ୍ର ମହା କାର୍ତ୍ତିକ ମାସ ବଡ ଏକାଦଶୀ ତିଥିରେ ଶୟନରୁ ଉଠି ଭକ୍ତ ମାନଙ୍କୁ ଲକ୍ଷ୍ମୀନାରାୟଣ ବା ରାଧାମାଧବ ବେଶରେ ଦର୍ଶନ ଦେଇଥାନ୍ତି ବୋଲି ପୁରାଣଶାସ୍ତ୍ରରେ ଉଲ୍ଲେଖ ରହିଛି । ବୁଧବାର ସାକ୍ଷୀଗୋପାଳ ମନ୍ଦିର ନିର୍ଦ୍ଦାରିତ ସମୟରେ ଦ୍ୱାରଫିଟା,ମଙ୍ଗଳଆଳତୀ, ମଇଲମ, ଅବକାଶ, ବାଳଭୋଗ ଆଦି ଦେବନୀତି ସମାପନ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାହାଣମେଲା ରହିଥିଲେ ମଧ୍ୟ ସେବାୟତଙ୍କ ବିନା ଅନ୍ୟ କେହି ସାଧାରଣ ଭକ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିନଥିଲା । ସଂଧ୍ୟା ଆଳତୀ ପରେ ବୀରକେଶରା ବଲ୍ଳଭ, ଦ୍ୱିପ୍ରହର ଧୂପ, ଗୋଧନବାହୁଡା ଭୋଗ, ଏକଦଶୀ ବେଢ଼ା, ଯାତଭୋଗ, ସନ୍ଦ୍ୟାଧୂପ, ମହାଦୀପ ଉଠିବା ପରେ ବଡସିଂହାର ଓ ପହୁଡ ନୀତି ଅନୁଷ୍ଠିତ ହୋଇ୍ଥିଲା ।
ପ୍ରଚଳିତ ପ୍ରଥା ଅନୁଯାୟୀ ବର୍ଷକୁ ଥରେ ପ୍ରଭୁଙ୍କ ପାଖରେ ନୂଆଧାନରେ ସାକ୍ଷୀଗୋପାଳର ପ୍ରସିଦ୍ଧ ଚୁଡା ଘଷା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଅର୍ପଣ କରାଯାଇଥାଏ । ଏ ବର୍ଷ ଚୁଡାଘଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ପାରିଲା ନାହିଁ । ଯାହା ଫଳରେକି କେତେକ ମାନସିକ ଭୋଗ ବା ଗ୍ରାମ କୋଠ ଭୋଗ ସାକ୍ଷୀଗୋପାଳ ମନ୍ଦିର ସେବାୟତ ମାନଙ୍କ ଦ୍ୱାରା ଭୋଗ ପ୍ରସ୍ତୁତି କରାଇ ଠାକୁରଙ୍କୁ ଅର୍ପଣ କରିଥିଲେ । ଯାହା କିଛି ହେଲେ ମଧ୍ୟ ସେପରି ଲୋକଙ୍କର ଗହଳି ଚହଳି ନଥିଲା । ମନ୍ଦିର ଆଗରେ କିଛି ଭୋଗ ଦେକାନ ଖୋଲିଥିଲା । ସେ ଯାହା କିଛି ହେଲେ ମଧ୍ୟ ମନ୍ଦିର ପରିସରରେ ପ୍ରସ୍ତୁତ କରାଯାଉଥିବା ଚୁଡା ଘଷା ବାସ୍ନା ଆଉ ବାହାରେ ପ୍ରସ୍ତୁତ କରାଯାଉଥିବା ଚୁଡାଘଷା ମଧ୍ୟରେ ବହୁ ଫରକ ରହିଥିବା ଭକ୍ତ ମାନେ ଆଲେଚନା କରୁଥିଲେ । ଚଡାଘଷାର ବାସ୍ନା କରୋନା ଯୋଗୁ ମହକିଲା ନାହିଁ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ମନ୍ଦିରକୁ ଏକମାତ୍ର ସେବାୟତ ମାନଙ୍କୁ ଛାଡୁଛନ୍ତି । ଅନ୍ୟ ମାନଙ୍କୁ ମନ୍ଦିର ଅରୁଣସ୍ତମ୍ଭ ଆଗରୁ ରୋକ ଯାଉଛି । ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ମାଜିଷ୍ଟେଟ ଦାୟତ୍ୱରେ ରହିବା ସହ ଫୋର୍ସ ସହ ଶାନ୍ତି ଶୃଙ୍ଖଳା ସହ ଅଁଳାନବମୀ ଓ ଏକାଦଶୀ ପର୍ବ ଶେଷ ହୋଇଛି । ଅଗ୍ନିଶମ ବିଭାଗ ଦୁଇଦିନ ଧରି ସେଠାରେ ଉପସ୍ଥିତ ରହିଥିଲେ । ସେବାୟତ ଓ ଜନସାଧାରଣ କୋଭିଡ-୧୯ ଆଇନକୁ ମାନି ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିଥିବାରୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ସେବାୟତ ଓ ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୫/୧୧/୨୦୨୦--୬,୨୫