ସତ୍ୟବାଦୀରେ ବିଭିନ୍ନ ଦେବା ଦେବୀ ପୀଠରେ କାତ୍ତିକ ପୂର୍ଣ୍ଣିମୀ ପାଳିତ ; ଲୋକ ମାନିଲେ ନାହିଁ
ସାକ୍ଷୀଗୋପାଳ ----- ରାଜ୍ୟ ସରକାର କାତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ନଦୀ, ତୀର୍ଥପୁଷ୍କରଣୀରେ ଭସାଇବା ଉପରେ ରୋକ ଲଗାଇଥିଲେ । ମାତ୍ର ଲୋକମାନେ କିଛି ମାନିଲେ ନାହିଁ । ଗ୍ରାମ ମାନଙ୍କରେ ଥିବା ଠାକୁରଙ୍କ ଗଡିଆ ମାନଙ୍କରେ ଭୋରୁ ଭୋରୁ ଡଙ୍ଗା ଭସାଇବା ପାଇଁ ଗହଳି ଲାଗିଥିବାର ଦେଖାଯାଇଥିଲା । ହୁଳହୁଳି ସହ ହରିବୋଲ ଧ୍ୱନିରେ ପୋଖରୀ କୂଳ କମ୍ପିଉଠିଥିଲା । ସେହିପରି ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ସକାଳୁ ଭକ୍ତ ମାନଙ୍କର ଗହଳି ଲାଗିଥିଲା । ଭକ୍ତ ମାନେ ଡଙ୍ଗା ଭସାଇବା ପରେ ଠାକୁରଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଗୋପିନାଥଙ୍କୁ ଫୁଲମାଳ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ମାନଙ୍କରେ ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୧/୨୦୨୦---୮,୧୨