ଯାଜପୁର ଓ ଭଦ୍ରକ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ଘରଦ୍ୱାର ଲୋକେ ଭୟଭୀତ
ଯାଜପୁର, ଭଦ୍ରକ : କିଛି ସମୟ ପୂର୍ବରୁ ଏକ ପ୍ରଚଣ୍ଡ ଶବ୍ଦ ଯାଜପୁର ଓ ଭଦ୍ରକ ଅଂଚଳକୁ ଥରାଇ ଦେଇଛି । ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ସେଥିରେ ଘରଦ୍ୱାରର କବାଟ ଆଦି ଥରି ଯାଇଥିଲା । ବିଶେଷ କରି ଯାଜପୁର ଟାଉନ, ଚଣ୍ଡିଖୋଲ, ବିଂଝାରପୁର ଏବଂ ଭଦ୍ରକର ଭଣ୍ଡାରିପୋଖରୀ ଅଂଚଳରେ ଲୋକେ ଏହି ଶବ୍ଦ ଶୁଣିଥିବା କହୁଛନ୍ତି । ପ୍ରଥମେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଭିବା ପରେ ଲଗାତାର ଦୁଇଥର ଶବ୍ଦ ଶୁଣିଥିବା ଲୋକମାନେ କହିଛନ୍ତି । ତେବେ ଏହି ଶବ୍ଦ କେଉଁଠି କିଭଳି ଘଟିଛି ସେ ବିଷୟରେ କୌଣସି ବି ସୂଚନା ମିଳିପାରିନାହିଁ । ଲୋକମାନେ ଭୟଭୀତ ହୋଇ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ଅପରାହ୍ନ ୩ଟାରୁ ୩ଟା ୧୦ ମଧ୍ୟରେ ଏହି ରହସ୍ୟମୟ ଶବ୍ଦ ଶୁଭିଥିଲା ।
ଭଦ୍ରକ ରୁ ଶିବୁ ମହାନ୍ତି