ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ
ଡେଲାଙ୍ଗ -----ବିଜେପିର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଏକ ରାଜନୈତିକ ସଭାରେ ପୁରୀ ପ୍ରତି ଆପେକ୍ଷମୂଳକ ମନ୍ତବ୍ୟ ପ୍ରଦାନ କରିଥିଲେ । ଯାହାକି ଶ୍ରୀକ୍ଷେତ୍ର ପୁରୀ ଏକ ଅପରିଚିତ ସହର ଥିଲା । ଏଠାରେ ସମ୍ବିତ ପାତ୍ର ସାଂସଦ ପାଇଁ ନିର୍ବାଚନ ଲଡିବା ପରେ ଏହା ଓଡିଶାରେ ଅଛି ବୋଲି ବାହାର ରାଜ୍ୟର ଲୋକମାନେ ଜାଣିଲେ । ଏଭଳି ମନ୍ତବ୍ୟକୁ ନେଇ ଲେଖାଶ୍ରୀଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ହେବାସହ ବିକ୍ଷୋଭ, ପ୍ରତିବାଦ ସଭା ସହିତ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ଡେଲାଙ୍ଗ ବିଜୁ ଜନତା ଦଳର ମହିଳା, ଛାତ୍ର ଓ ଯୁବକ ମାନେ ମିଳିତ ହୋଇ ହରିରାଜପୁର ଛକରୁ ଲେଖାଶ୍ରୀଙ୍କ ବିରୋଧରେ ବିଭିନ୍ନ ସ୍କୋଗାନ ଦେଇ ହରିରାଜପୁର ମେଡିକାଲ ଛକରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ତାପସ ମହାରଥୀ ଓ ଡେଲାଙ୍ଗ ବ୍ଳକ ମହିଳା ବିଜେଡି ସଭାନେତ୍ରୀ ବାସନ୍ତୀ ସାହୁ, ଡେଲାଙ୍ଗ ବ୍ଳକ ସଭାପତି ବୈରାଗୀ ଜେନାଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ପର୍ଯ୍ୟନ୍ତ କ୍ଷମା ପ୍ରର୍ଥନା ମାଗି ନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସଭାନେତ୍ରୀ ବାସନ୍ତୀ ସାହୁ ମତ ପ୍ରକାଶ କରିଥିଲେ । ହରିରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀ ଯୋଗଦେଇ ଚାରି ଧାମ ମଧ୍ୟମରେ ପୁରୀ ହେଉଛି ଅନ୍ୟତମ ଧାମ ଏଥିଯୋଗୁ ଦେଶ ଓ ବିଦେଶରୁ ଲୋକମାନେ ଆସିଥାନ୍ତ । ଏଭଳି ଜଣେ ରାଜନୈତିକ ନେତ୍ରୀ ପାଗାଳାମି ଭଳି ମନ୍ତବ୍ୟ ଦେବାକୁ ସେ ବିରୋଧ କରିବା ସହ ତୁରନ୍ତ ସେହି ପୁରୀ ମନ୍ଦିର ସମ୍ମୁଖରେ ଆସି କ୍ଷମା ପ୍ରାର୍ଥନା ମାଗିବା ପାଇଁ କହିଥିଲେ । ଡେଲାଙ୍ଗ ବ୍ଳକ ସଭାପତି ଶ୍ରୀ ଜେନା କହିଥିଲେ ଆମ ସଂସ୍କୃତି, ଆମ ସହର, ଆମ ଠାକୁରଙ୍କ ପ୍ରତି ଯେ କେହି ଏଭଳି ମନ୍ତବ୍ୟ ଦେଇଛନ୍ତି ସେ ତୁରନ୍ତ କ୍ଷମା ପ୍ରାର୍ଥନା ମାଗନ୍ତୁ ନଚେତ ଆଗାମୀ ଦିନରେ ଡେଲାଙ୍ଗରେ ତାଙ୍କୁ ପାଦ ଥୋଇବାକୁ ଦିଆଯିବ ନାହିଁ । ଅନ୍ୟ ମାନଙ୍କ ମଧ୍ୟରେ ମିନାକ୍ଷୀ ପ୍ରଧାନ,କବିତା ପ୍ରଧାନ, ବିଦୁଲତା ସ୍ୱାଇଁ, ପ୍ରତିମା ଦାସ, ସ୍ୱର୍ଣ୍ଣମୟୀ ଜେନା, ଭାରତୀ ଚମ୍ପତି, ମମତା ନାୟକ, କ୍ଷତିଶ ଚନ୍ଦ୍ର ଦାସ, ଲକ୍ଷ୍ମଣ ସ୍ୱାଇଁ ଓ କାଳିଆ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଡେଲାଙ୍ଗଭୁ ଧୀରେନ୍ଦ୍ର ସେନାପତି , ୧୯/୧୧/୨୦---୧୨,୩୨