ସୁଆଣ୍ଡୋ ଗ୍ରାମ ପରିଦର୍ଶନ କଲେ ଉନ୍ନୟନ କମିଶନର
ସାକ୍ଷୀଗୋପାଳ ------- ରାଜ୍ୟ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ ରବିବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡେ ସ୍ଥିତ ଷଠିଘର ଓ ଗ୍ରାମ୍ୟ ରାସ୍ତା ପରିଦର୍ଶନ କରିଛନ୍ତି । ଷଠି ଘରର ଉନ୍ନତି କରଣ , ଗ୍ରାମରାସ୍ତା, ଥିମ ପାର୍କ, ଗୋପବନ୍ଧୁଙ୍କ ପୂର୍ଣ୍ଣାବାୟକ ପ୍ରତିମୂର୍ତ୍ତି ସ୍ଥାପନ, ଗ୍ରାମ ଦାଣ୍ଡ ପ୍ରସସ୍ଥି କରଣ, କେନାଲ ବନ୍ଦ ରାସ୍ତାର ପ୍ରସସ୍ଥି , ପଟ୍ଟନାୟକିଆ – ସୁଆଣ୍ଡୋ ରାସ୍ତା କାର୍ଯ୍ୟ ତୁରନ୍ତ ଶେଷ କରିବା ସମ୍ପର୍କରେ ଆଲେଚନା କରିଥିଲେ । ଏହି ଆଲେଚନାରେ ଜିଲ୍ଲାପାଳ ବଳୱନ୍ତ ସିଂଂହ, ଜିଲ୍ଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାଉତ, ଉପଖଣ୍ଡ ଅଧିକାରୀ ଅକ୍ଷୟ କୁମାର ମହାନ୍ତି, କନିଷ୍ଠ ଯନ୍ତ୍ରୀ ମନୋଜ ନାୟକ, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସଙ୍କ ସହିତ ଗ୍ରାମବାସୀ ମାନେ ଏହି ଆଲେଚନା ସମୟରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୩/୧୧/୨୦---୮,୧୫