Breaking News

ଉପନିର୍ବାଚନ ପୁର୍ବରୁ ଭିତିଭୁମି ତଦାରଖ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ


ଡେଲାଙ୍ଗ ----- ପିପିଲି ଡେଲାଙ୍ଗ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ପରେ ବିଧାନସଭା ଆସନ ଖାଲି ପଡିଛି ।ଏହି ଆସନ ପାଇଁ ଉପ ନିର୍ବାଚନର ତାରିଖ ନିର୍ବାଚନ କମିଶନର ପକ୍ଷରୁ କେଉଁ ସମୟରେ ଘୋଷଣା ହୋଇପାରେ ।  ବିଧାନସଭା ଉପନିର୍ବାଚନ କୁ ଆଖି ଆଗରେ ରଖି   ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗଡ ବେଗୁନିଆପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ  ଜିଲ୍ଲା ମଙ୍ଗଳ ଉନ୍ନୟନ ଅଧିକାରୀ ଚନ୍ଦ୍ରକାନ୍ତି ମାଝୀ ଓ ଗ୍ରାମ ପଞ୍ଚାୟତ ଅଧିକାରୀ ଶେଷଦେବ ରାଉତରାୟ ପରିଦର୍ଶନରେ ଆସିଥିଲେ । ବିଦ୍ୟାଳୟର ଭିତିଭୁମୀକୁ ଦେଖି ଆତ୍ମ ସନ୍ତୋଷ ବ୍ୟକ୍ତ କରିବା ସହିତ  ଏସିଏସଟି ମନ୍ତ୍ରଣାଳୟ ଅଧିନରେ ଥିବା ଆବାସିକ ଗୃହର ହଷ୍ଟେଲ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳ ଓ ସରକାରଙ୍କ ଦୃଷ୍ଟି ଆର୍କଷଣ କରିବେ ବୋଲି ଉପସ୍ଥିତ ଥିବା ବିଦ୍ୟାଳୟ ପରିଚାଳନା କମିଟି ଓ ଜନସାଧାରଣଙ୍କୁ କହିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତି ,ବୁଥ ସ୍ତରୀୟ ଅଧିକାରୀ ଶିକ୍ଷକ ଅଭିମନ୍ୟୁ ସିଂହ,ଶିକ୍ଷକ ରମାକାନ୍ତ ବେହେରା,ଦିନେଶ କୁମାର ବେହେରା,କଳିଙ୍ଗ କେଶରୀ ମହାପାତ୍ର,ଶରତ ଚନ୍ଦ୍ର ସିଂହ ପ୍ରମୁଖ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୫/୧୧/୨୦୨୦ 

Blog Archive

Popular Posts