Breaking News

ଦୁଇଟି ନାଗସାପ ଉଦ୍ଦାର


ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର ବେରବୋଇ ଗ୍ରାମର ଦୀଲିପ ରାଉତଙ୍କ ଘରେ ରାତିରେ ଏକ ନାଗ ସାପ ପଶିଯାଇଥିଲା । ଏହା ଜାଣି ପାରି ପରିବାର ଲୋକମାନେ ତୁରନ୍ତ ସାପ ଧରାଳି ଥେଣ୍ଠଣା ଗ୍ରାମର ସନ୍ତୋଷ ନାୟକଙ୍କୁ ଡକାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଶ୍ରୀ ନାୟକ ପହଞ୍ଚି ଏକ ୫ ଫୁଟର ନାଗ ସାପ ଧରିଥିଲେ । ପରେ ପାଖ ଜଙ୍ଘଲରେ ଛାଡିଥିଲେ । ସେହିପରି ସୁଜନପୁର ଗ୍ରାମର ଦୁର୍ଯ୍ୟୋଧନ ଛୋଟରାୟଙ୍କ ଘରୁ ବିଷାକ୍ତ ନାଗ ସାପ ଧରି ପାଖ ଜଙ୍ଗଲରେ ଛାଡି ଥିଲେ । ମାତ୍ର ଏହି ସାପ ଧରାଳିଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସାହାର୍ଯ୍ୟ କିମ୍ବା ସାପ ଧରିବାପାଇଁ ସାମଗ୍ରୀ ମିଳୁନାହିଁ ବୋଲି ଶ୍ରୀ ନାୟକ କହିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts