Breaking News

ସାକ୍ଷୀଗୋପାଳ ମନ୍ଦିରରେ ଗରୁଡ ଦ୍ୱାଦଶୀ ପର୍ବ ପାଳିତ

  ସାକ୍ଷୀଗୋପାଳ ----- ବର୍ଷକ ବାର ମାସ , ପୁରାଣ ଶାସ୍ତ୍ର ଅନୁସାରେ ମହାପୁଣ୍ୟ ମାସ ଭାବରେ କାର୍ତ୍ତିକ ମାସକୁ ଧରାଯାଏ । ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଗରୁଡ ଦ୍ୱାଦଶୀରେ ସାକ୍ଷୀଗୋପାଳ ମନ୍ଦିର ପରିସରରେ  ବିରାଜମାନ କରୁଥିବା ବାହନ  ଗରୁଡଙ୍କର ସ୍ୱତନ୍ତ ପୂଜାନୀତି ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କଥାରେ ରହିଛି ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ଆଗରୁ ତାଙ୍କ ଆଗରେ ଥିବା ବୃଷବକୁ ହାତ ମାରିବା ପରେ ମହାଦେବଙ୍କୁ ଦର୍ଶନ କରିଥାନ୍ତି । ସେହିପରି ବିଷ୍ଠୁଙ୍କ ମନ୍ଦିରରେ ଗରୁଡ ଉଚ୍ଚ ସ୍ଥାନରେ ବିରାଜ ମାନ କରୁଥିବାରୁ ତାଙ୍କୁ ନ ଛୁଇଁ ସେ ବସିଥିବା ସ୍ତମ୍ଭକୁ କୁଣ୍ଡାଇ ଭକ୍ତ ନିଜର ଦୋଷ କ୍ଷମା କରିବା ପାଇଁ ଠାକୁରଙ୍କ ନିକଟରେ ଜଣାଇବାକୁ ଗରୁଡଙ୍କୁ ନିବେଦନ କରିଥାନ୍ତି ।  ସାକ୍ଷୀଗୋପିନାଥ ଠାକୁରଙ୍କର ଅବକାଶ ସମୟରେ ଗରୁଡଙ୍କୁ ସ୍ନାନ କରିବା ସହିତ ନୂତନବସ୍ତ୍ର ପରିଧାନ, ଫୁଳ, ଚନ୍ଦନ, ସିନ୍ଦୁର ଲାଗି କରାଯାଇଥିଲା । ମନ୍ଦିରରେ ବାଳଧୂପ ସମୟରେ ଯାତଭୋଗ, ଉପଚାର ଓ ଆଳତୀ କରାଯିବା ପରେ ପୂଜାପଣ୍ଡା, ପାଳିଆପତ୍ରି ଗରୁଡ ସ୍ତମ୍ଭ ପାଖରେ ଯାତଭୋଗ  କାକେରା ଗରୁଡଙ୍କୁ ସମର୍ପଣ କରିବା ସହ ପାତ୍ରୀ ଆଳତୀ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୭/୧୧/୨୦୨୦---୫,୫୦

Blog Archive

Popular Posts