ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କାର୍ତ୍ତିକେୟଙ୍କ ପୂଜା
ଯାଜପୁର------ ପଣସା ପଂଚାୟତ ପାଟପୁର ରଘୁନାଥପୁର ଠାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ସହ ଶିବ ପାର୍ବତୀଙ୍କ ଜ୍ଯେଷ୍ଠପୁତ୍ର କୁମାର କାର୍ତ୍ତିକେୟଙ୍କ ପୂଜା ଅନୁଷ୍ଠିତ ହୋଇଛି । ପବିତ୍ର ଭଗବାନ ବିଷ୍ଣୁଙ୍କ ପ୍ରଥମ ଅବତାର ମତ୍ସ୍ୟାବତାର ଅନୁଷ୍ଠିତ ହୋଇଯାଇଛି । ବାବା ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାତ ଦିନ ହେବ ମହା ଭାଗବତ ପାରାୟଣ ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶେଷ ଦିନରେ ଭଜନ ପରିବେଷଣ କରାଯାଇଥିଲା । ମହାମାରି କୋରନାକୁ ଲକ୍ଷ୍ୟ ରଖି ସବୁ କାଯ୍ୟ ସମ୍ପାଦନ କରାଯାଇଥିଲା । ଗାଁ ମୁରବି ଓ ଯୁବକ ଓ ଯୁବତୀମାନଙ୍କ ସହଯୋଗ ରେ ସବୁଦିନ ପ୍ରାୟ ଶହେ ଗରିବ ଲୋକଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଏଥିଯୋଗୁଁ ଗାଁର ସବୁ ଘରେ ଆମିଷ ନିଷେଧ ପିଆଜ, ରସୁଣ ବାରଣ କରାଯିବା ସହ ସମସ୍ତ ଦାଣ୍ଡ ଦୁଆରେ ମୁରୁଜ ପଡ଼ିଥିଲା । ଭୀମସେନ ମହାନ୍ତି, ଅଜୟ ଶତପଥୀ, ପିଙ୍କୁ, ପିଣ୍ଟୁ, ବାବି, ଲିଟୁ, ଶିବୁ, ବୁବୁଲି, ଜିତୁ ,ଅମୁଲ,ରତନ, ପାଗଳା ନନା ଓ ଅନ୍ୟ ଯୁବକ ମାନେ ସହଯୋଗ କରିଥିଲେ।
ଯାଜପୁରରୁ ଶିବ କେତନ ମହାନ୍ତିଙ୍କ ରିପୋର୍ଟ,୩୦/୧୧/୨୦୨୦ ----- ୨,୧୫