Breaking News

ସତ୍ୟବାଦୀରେ ଗୀତା ଯଜ୍ଞ ଅନୁଷ୍ଠିତ


 ସାକ୍ଷୀଗୋପାଳ------ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟ ଶ୍ରୀରାମ ମନ୍ଦିର ପାଶ୍ୱର୍ରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମହା କାର୍ତ୍ତିକ ମାସ ସପ୍ତମୀ ତିଥିରେ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।  ବିଶ୍ୱର କଲ୍ୟାଣ ସହିତ ମହାମାରୀ କରୋନାରୁ ବିଶ୍ୱକୁ ମୁକ୍ତ ହେବା ପାଇଁ ଗୀତାଯଜ୍ଞରେ ଘୃତ ଆହୂତି ଦିଆଯାଇଥିଲା । କର୍ତ୍ତା ଭାବେ ରବୀନ୍ଦ୍ର ନାଥ ଷଡଙ୍ଗୀ ଓ କର୍ତ୍ତୀ ଭାବେ ବନ୍ଦନା ଷଡଙ୍ଗୀ କାର୍ଯ୍ୟ  ତୁଲାଇଥିଲେ । ଗୀତା ପାଠ କରିଥିଲେ ଗୋବିନ୍ଦ ମହାପାତ୍ର । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପ୍ରଫୁଲ ଚନ୍ଦ୍ର ମିଶ୍ର, ରବି ଶତପଥୀ ପ୍ରମୁଖ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ପୂର୍ଣ୍ଣାହୁତି ପରେ ସମୂହ ପ୍ରସାଦ ବଣ୍ଟନ କରାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୧/୧୧/୨୦---୮.୪୫

Blog Archive

Popular Posts