ସ୍ୱଗତ ବିରବର ସୁନ୍ଦରାୟଙ୍କ ସ୍କୃତି ଚାରଣ ସଭା
ଡେଲାଙ୍ଗ-------- ଡେଲାଙ୍ଗ ଥାନା ଅନ୍ତର୍ଗତ ଆଙ୍କୋଇ ଗ୍ରାମର ପାଲା ମଣ୍ଡପଠାରେ ଆଙ୍କୋଇ ଗ୍ରାମର ସ୍ୱାଧିନତା ସଂଗ୍ରାମିସ୍ୱଗତ ବିରବର ସୁନ୍ଦରାୟଙ୍କ ଏକାଦଶାହ ଦିବସରେ ଏକ ସ୍କୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଅନୁଯାୟୀ ଅନୁଷ୍ଠିତ ସଭାରେ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ । ଏହି ସ୍କୃତି ଚାରଣ ସଭାରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ , ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ରୋହିତ କୁମାର ଚମ୍ପତ୍ତି, ଅଜିତ ମଙ୍ଗରାଜଙ୍କ ସହ ସ୍ୱଗତ ବିରବରଙ୍କ କନ୍ୟା ଅନୁସୟା ପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ସରପଞ୍ଚଙ୍କ ପ୍ରତିନିଧିରମଶୀ ରଞ୍ଜନ ଚମ୍ପତ୍ତିରାୟ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୭/୧୧/୨୦୨୦---୭,୪୫