ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା କରୁଥିବା ଯୁବକ ଙ୍କୁ ଉଦ୍ଧାର କଲା ଅଗ୍ନିଶମ
ଯାଜପୁର----- ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ସୁନ୍ଦୁରିଆ ପଂଚାୟତ ରେ ଏକ ନିର୍ମାଣ ଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା କରିବାକୁ ଯାଇ ଥିବା ଜଣେ ଯୁବକକୁ ଉଦ୍ଧାର କରିଛି ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ଅଧିକାରୀ । ସୂଚନା ଅନୁଯାଇ ସୁନ୍ଦୁରିଆ ପଂଚାୟତ ର ବସନ୍ତ କୁମାର ଜେନା ପାରିବାରିକ କଳହ ରୁ ଆତ୍ମହତ୍ୟା କରିବା ପାଇଁ ସ୍ଥାନୀୟ ଅଂଚଳ ରେ ନିର୍ମାଣଧୀନ ଥିବା ଏକ ପାଣିଟାଙ୍କି କୁ ଚଢି ଯାଇଥିଲେ । ସ୍ଥାନୀୟ ଲୋକେ ଏହାକୁ ଦେଖି ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ କୁ ଜଣାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀ ପହଂଚିଥିଲେ । ପ୍ରାୟ ୧ ଘଣ୍ଟା ରୁ ଉର୍ଦ୍ଧ ସମୟ ପରେ ଅଗ୍ନିଶମ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଉଦ୍ଧାର କରି ବସନ୍ତ କୁ ତାଙ୍କ ପରିବାର ପାଖରେ ପହଂଚାଇ ଥିଲେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ।
ଯାଜପୁର ଧର୍ମଶାଳାରୁ -ସତ୍ୟରଞ୍ଜନ ପାଢ଼ୀ ୨୬/୧୧/୨୦୨୦,୧୦,୪୦