Breaking News

ବିନା ଭକ୍ତରେ ସାକ୍ଷୀଗୋପାଳରେ ଅଁଳାନବମୀ ପର୍ବ ଶେଷ ; ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ

 


ସାକ୍ଷୀଗୋପାଳ ----- ପ୍ରଭୁ  ସାକ୍ଷୀଗୋପୀନାଥ ଦେବଙ୍କ ନଟବର ବେଶ  ସାଙ୍ଗକୁ ମା ‘ଶ୍ରୀ ରାଧାଙ୍କର ଓଡିଆଣୀ ବେଶରେ  ମହା କାର୍ତ୍ତିକ ମାସରେ ବର୍ଷକୁ ଗୋଟିଏ ଦିନ  ତଥା ନବମୀ ତିଥୀରେ ଏହି ଦୁର୍ଲ୍ଲଭ ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ । ମାତ୍ର ବିଶ୍ୱରେ ମହାମାରୀ କରୋନା ଯୋଗୁ ଆଠ ମାସ ହେବ ବିଭିନ୍ନ ମନ୍ଦିର , ମସଜିଦ, ମଠ ଏପରିକି ଧର୍ମ ଅନୁଷ୍ଠାନ , ଶିକ୍ଷା ଅନୁଷ୍ଠାନ ବନ୍ଦ ରାଖାଯାଇଛି । ସୋମବାର ସତ୍ୟବାଦୀରେ ପ୍ରଭୁ ସାକ୍ଷୀଗୋପିନାଥ ଦେବଙ୍କ ନଟବର ବେଶ ସାଙ୍ଗକୁ ମା ଶ୍ରୀରାଧାଙ୍କର ଓଡିଆଣ ବେଶ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ମନ୍ଦିର ଠାରୁ ୨ଶହ ମିଟର  ପରିଧି ମଧ୍ୟରେ ୧୪୪ ଧାରା ଜାରି କରିଛନ୍ତି । ସେହିପରି ଦୋଳବେଦୀ ଠାରୁ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଦେକାନ ବଜାର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ମାତ୍ର ଏ ବର୍ଷ ବିନା ଭକ୍ତରେ ଶେଷ ହୋଇଯାଇଛି  ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ । ପୁରୀ ରଥଯାତ୍ର ପରେ ଏହା ଜିଲ୍ଲ।।ରେ ଦୁତୀୟ ଘଟଣା ବୋଲି ସେବାୟତ ମାନେ କହନ୍ତି  । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଛି । ଯେଉଁ ସେବାୟତ ମାନେ ଆଜି ଠାକୁରଙ୍କ ସେବାରେ ନିୟୋଜିତ ରହିଛନ୍ତି  ସେମାନେ କେବଳ ମନ୍ଦିରକୁ ପ୍ରବେଶ କରିବା ସହ ଏହି ଦୁଲ୍ଲର୍ଭ ବେଶ ଦେଖିବାର ସୁଯୋଗ ପାଇଛନ୍ତି । ମାତ୍ର ସାଧାରଣ ଭକ୍ତ ଏଥିରୁ ବଞ୍ଚିତ ହୋଇଛନ୍ତି । ପୁରୀ ଜିଲ୍ଲାର ଦୁତୀୟ ଗଣ ପର୍ବ ଭାବେ ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ ଭାବେ ପରିଚିତ । ଓଡିଆଣି ବେଶରେ  ମା ଶ୍ରୀରାଧା ବର୍ଷକୁ ଥରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବାର ପରମ୍ପରା ରହିଥିଲେ ମଧ୍ୟ ରାଜ୍ୟରେ ମହାମାରୀ କରୋନା ଯୋଗୁ  ଜିଲ୍ଲା ପ୍ରଶାସନ ଭକ୍ତ ମାନଙ୍କୁ ମନ୍ଦିର ନ ଯିବା ପାଇଁ ବାରଣ କରିଛନ୍ତି ।  ଦୁଇ ପ୍ଳାଟୁନ ଫୋର୍ସ  ମୃତୟନ୍ୟ  ରହିବା ସହ ସାକ୍ଷୀଗୋପାଳ ଥାନାର ସେକେଣ୍ଡ ଅଫିସର  ବସନ୍ତ କୁମାର ଜେନାଙ୍କ ସହିତ ଅନ୍ୟ ଅଧିକାରୀ ମାନେ ମନ୍ଦିର ଫଣ୍ଡି ଠାରେ ଉପସ୍ଥିତ ରହିଛନ୍ତି  । ଯେଉଁ ଶ୍ରଦ୍ଧାଳୁ ମାନେ ନ ଯାଣି ପାରି ମନ୍ଦିର ଆସୁଛନ୍ତି ସେମାନଙ୍କୁ  ପୋଲିସ  ମନ୍ଦିର  ସମ୍ମୁଖରେ  ଅଟକାଇ ବାହାରେ ମୁଣ୍ଡିଆ ମାରି ପଳାଇ ଯିବାକୁ କୁହାଯାଉଥିବାର  ଦେଖାଯାଇଛି । ସୁଚନା ଯୋଗ୍ୟ ଯେ ଅନ୍ୟ ବର୍ଷରେ ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଲମ୍ବାଧାଡି  ଲାଗିରହିଥାଏ ମାତ୍ର ଏ ବର୍ଷ ରାସ୍ତା ଘାଟ ଓ ମନ୍ଦିର ସମ୍ପର୍ଣ୍ଣ ଫାଙ୍କା ରହିଛି  । କେବଳ ସେବାୟତ ମାନେ ମନ୍ଦିର ପାଖରେ ବୁଲୁଥିବାର ଦେଖାଯାଇଥିଲା । ମନ୍ଦିର ଦ୍ୱାର ଉନ୍ନୋଚନ, ମଙ୍ଗଳ ଆଳତି ଆଦି ଠାକୁରଙ୍କର ନୀତିକାନ୍ତି ସରିବା ପରେ ସେବାୟତ ମାନେ  ଠାକୁରଙ୍କୁ ବେଶ କରାଇଥିଲେ  ।  ଏହି ବେଶରେ ଶ୍ରୀରାଧାଙ୍କୁ ପାଟଶାଢୀ  କାଣିଆକଛା ମାରିଥିବା ବେଳେ ମସ୍ତକରେ ସ୍ୱବର୍ଣ୍ଣ କିରଟି, ଅଁଳାମାଳ, ହରଡମାଳ, ବାଘନଖି, ଡେଉଁରିଆ ମାଳ, କମରପଟି,ଦ୍ରାବିଡଚନ୍ଦ୍ର, ମୟୁରବସାଗୁଣା, ର୍ନୋଥ,  ତାବିଜ, ସେବତୀହାର, ପାଦପଦ୍ମ ,ପାଉଁଜି, ଝୁଣ୍ଟିଆ,  ଆଦି ସ୍ୱବର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ  । ପଣତ କାନିରେ ଗୁଆ, ଦୁବ ଓ ଅରୁଆ ଚାଉଳ ଲୁଗାରେ ଗଣ୍ଠି ପଡି ପଛପଟକୁ ପଡିବାର ପରମ୍ପରା ରହିଛି  ।   ଅନ୍ୟ ପକ୍ଷେ  ପରମ୍ପରା କ୍ରମେ ସିଦ୍ଧବକୁଳ ପୀଠରେ  ହବିଷ୍ୟାଳି ମାନେ  ସେଠାରେ ହବିଷ୍ୟାନ୍ନ ରାନ୍ଧି ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମଙ୍କୁ ସମର୍ପଣ କରି ପ୍ରସାଦ ପାଇବାର ପରମ୍ପରା ରହିଥିଲେ ମଧ୍ୟ ଏ ବର୍ଷ  ସେଠାରେ ୧୪୪ ଧାରା ଜାରି କରାଯିବା ପରେ ସେଠାରେ କେବଳ ଠାକୁରଙ୍କ ନୀତିକାନ୍ତ କରାଯାଇଛି । ସେବାୟତ ସୋମନାଥ ମହାପାତ୍ର ଠାକୁରଙ୍କ ନୀତିକାନ୍ତି କରିବା ପରେ  ପ୍ରସାଦ ଭୋଗ କରିଥିଲେ   । ଭକ୍ତ ମାନେ ସେଠାରୁ ପ୍ରସାଦ କିଣିକି ନେଉଥିବା ବେଳେ କେତେକ ହବିଷ୍ୟାଳି ମାନେ  ସେଠାରେ ପ୍ରସାଦ ପାଇଥିଲେ । ସେହିପରି  ପଞ୍ଚସଖା ପଡିଆରେ ଆୟୋଜିତ ଶ୍ରୀ ରାଧା ଉତ୍ସବ ଓ ପଲ୍ଳଶ୍ରୀ ମେଳା ବନ୍ଦ ରହିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୩/୧୧/୨୦ , ୧୦--୪୦

Blog Archive

Popular Posts