ଅଁଳାନବମୀ ପାଇଁ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ନୀତି ନିଘଣ୍ଟ
ସାକ୍ଷୀଗୋପାଳ ---- ପବିତ୍ର ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପିନାଥଙ୍କ ସେବାୟତ ସଂଘର ନିସ୍ପତିକ୍ରମେ ପୁର୍ବରାତ୍ର ରୁ ଦ୍ୱାରଫିଟା, ତା ପରେ ମଙ୍ଗଳ ଆରତୀ, ମର୍ଦ୍ଦନ ଓ ଅବକାଶ, ତା ପରେ ଠାକୁରଙ୍କୁ ନଟବର ବେଶ, ୩.୩୦ରୁ ୪.୩୦ ସୂର୍ଯପୂଜା, ଦ୍ୱାରପାଳପୂଜା କରାଯାଇ ବଲ୍ଲଭ, ସକାଳଧୂପ, ବାଳଧୂପ ଓ ମଦନମୋହନ ଭୋଗ ୪.୩୦ ରୁ ସକାଳ୬ ଟା ମଧ୍ୟରେ କରାଯିବ । ସକାଳ ୬.୩୦ ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମନ୍ଦିର ସାହାଣ ମେଳା ରହିବ । ପାଳିଆ ସେବକ ପରିବର୍ତ୍ତନ ଯୋଗୁ କିଛି ସମୟ ପାଇଁ ମନ୍ଦିର ବନ୍ଦ ରହିବ । ତା ପରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମନ୍ଦିର ଖୋଳାଯିବ ବୋଲି ଜଣାପଡିଛି । ମାତ୍ର ଏ ବର୍ଷ ଦର୍ଶନ କରିବାର ସୁଯୋଗ ନଥିବାରୁ ମନ୍ଦିର ବହୁ ଶିଘ୍ର ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୧/୧୧/୨୦---୭,୪୦