ପାଲା ମାଧ୍ୟମରେ ଜନସଚେତନତା
ସାକ୍ଷୀଗୋପାଳ ------ ଶିଶୁ ସ୍ୱାସ୍ଥ୍ୟ ନିମନ୍ତେ ସଠିକ ସମୟରେ ସଠିକ ଟିକାକରଣ ନେବାକୁ ପାଲା ମାଧ୍ୟମରେ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ବିଦ୍ୟାଧରପୁର ଓ ସୁଆଣ୍ଡୋ ଗ୍ରାମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟ ନୃତ୍ୟ ପରିଷଦର ରମେଶ ଚନ୍ଦ୍ର ପଲେଇ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଧୁରନ୍ଧର ପ୍ରଧାନ, ସୁଦର୍ଶନ ପ୍ରଧାନ, ତ୍ରିପାଥ ବେହେରା ପାଲା ପରିବେଷଣ କରିଥିଲେ । ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନୱାଡି କର୍ମୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ପାଲା ଶୁଣିବା ପାଇଁ ଗ୍ରାମରେ ମହିଳା ପୁରଷ , ଯୁବକ ଓ ଯୁବତୀ ମାନେ ଜମା ହୋଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ୧୯/୧୧/୨୦----୮,୫୦