ପରଲୋକରେ ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶ
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଭେଡେନ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ୨୦୦୧ରୁ ଆଜି ପର୍ଯ୍ୟନ୍ତ ଶିକ୍ଷା ଦାନ କରି ଆସୁଥିଲେ। ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ପ୍ରିୟ ଭାଜନ ହୋଇପାରି ଥିଲେ।ତାଙ୍କର ବିୟୋଗରେ ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ, ଅଭିଭାବକ ଓ ଅଭାବିକା ମହଲରେ ଶୋକର ଛାୟା ଖେଳି ଯାଇଛି।ତାଙ୍କର ସ୍ଵାମୀ କାଦୋ ବାହାଲ ମହାବିଦ୍ୟାଳୟ ର ପ୍ରାଧ୍ଯାପକ ଅଟନ୍ତି।ତାଙ୍କର ଅନ୍ତିମ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ହୋଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ତାଙ୍କ ବାସଭବନରେଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଓ ଅନ୍ତିମ ବିଦାୟ ଦେଇଥିଲେ।ସେ ତାଙ୍କ ପଛରେ ସ୍ଵାମୀ ଓ ଦୁଇ ପୁଅ ପ୍ରତ୍ୟୁଷ ଓ ପିୟୁଷ ଙ୍କୁ ଛାଡି ଯାଇଛନ୍ତି।ସ୍ୱାମୀ ଅରବିନ୍ଦ ଦାଶଙ୍କ ପୈତୃକ ଗ୍ରାମ ଲୁପୁରସିଂହା ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା ତାଙ୍କର ବଡ଼ ପୁଅ ପ୍ରତ୍ୟୁଷ ମୁଖାଗ୍ନି ଦେଇଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍...୨୩/୧୧/୨୦---୧୦,୩୦