Breaking News

ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଡେଲାଙ୍ଗରେ ବିକ୍ଷୋଭ , ପ୍ରଥପାନ୍ତ ସଭା ଓ କୁଶପୁତ୍ତଳିକା ଦାହ

 


ଡେଲାଙ୍ଗ-----ବିଜେପିର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଏକ ରାଜନୈତିକ ସଭାରେ ଗଣ ମାଧ୍ୟମରେ ବିବାଦ ମନ୍ତବ୍ୟ ଦେଇ ଏବେ ସାରା ଓଡିଶାରେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ସବୁଠାରେ ବିଜେଡି, କଂଗ୍ରେସ ବିକ୍ଷୋଭ, ପ୍ରତିବାଦ, ପ୍ରଥପାନ୍ତ ସଭା ସହିତ କୁଶପୁତ୍ତଳିକା ଦାହ କରାଯାଉଛି । ଏହା ସହିତ ତାଙ୍କ ନାମରେ ବିଭିନ୍ନ ଥାନାରେ କେସ କରିବା ପାଇଁ ଅଭିଯୋଗ କରାଯାଉଥିବାର ଜଣାପଡିଛି । ଏହି ଅବସରରେ ଡେଲାଙ୍ଗ ବିଜେଡି ଦଳ ପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାର   ଛକରେ ଶୁକ୍ରବାର ଏକ ପ୍ରଥପାନ୍ତ ସଭା କରାଯିବା ସହ କୁଶପୁତ୍ତଳିକା ଦାହ ଓ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି । ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ ପୁରୀ ପ୍ରତି ଆପେକ୍ଷ ମୂଳକ ମନ୍ତବ୍ୟ ପ୍ରଦାନ କରିବା ସହ ଓଡିଶାର ସମ୍ମାନହାନି କରିଛନ୍ତି । ଓଡିଆ ଜାତିର ଗୌରବ, ଆମ ଐତିହ୍ୟ,  ଓ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ ଧାମ ଉପରେ ନିଜର ବାଚାଳିମି ମନ୍ତବ୍ୟ ରଖିଛନ୍ତି । ବିଜେପିର ପୁରୀ ସଂସାଦ ସମ୍ମିତ ପାତ୍ରଙ୍କ ଯୋଗୁ ରାଜ୍ୟ ବାହାର ଲୋକ ପୁରୀ ସହର ଚିହ୍ନଟ ହୋଇ ପାରିଛି ବୋଲି କହିଥିଲେ । ଏଥିରୁ ଅନୁମେୟ ଯେ ପୁରୀ ସହର ବା ପୁରୀ ଧାମକୁ କେହି ଜାଣିନଥିଲେ । ତାଙ୍କର ଏହି ମନ୍ତବ୍ୟ ଓଡିଆ ଜାତି, ଓଡିଆ ରାଜ୍ୟର ମାନ ସମ୍ମାନକୁ କ୍ଷୁର୍ଣ୍ଣ କରିଛି ।  ତୁରନ୍ତ ତାଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଡେଲାଙ୍ଗ ବିଜେଡି ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ଲେଖାଶ୍ରୀ ସାମନ୍ତସିଂହାରଙ୍କ  କୁଶପୁତ୍ତଳିକା ଦାହ କରାଯାଇଛି । ଡେଲାଙ୍ଗ ବିଜୁ ଜନତା ଦଳରବ୍ଳକ ସଭାପତି ବୈରାଗୀ ଜେନା, ଡେଲାଙ୍ଗ ପଞ୍ଚାତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ,  ଡେଲାଙ୍ଗ ବ୍ଳକ ମହିଳା ବିଜେଡି ସଭାନେତ୍ରୀ ବାସନ୍ତୀ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ମହିଳା, ଛାତ୍ର ଓ ଯୁବକ ମାନେ ମିଳିତ ହୋଇ ଲେଖାଶ୍ରୀଙ୍କ ବିରୋଧରେ ବିଭିନ୍ନ ସ୍କୋଗାନ ଦେଇ ଡେଲାଙ୍ଗ  ଛକରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ପର୍ଯ୍ୟନ୍ତ କ୍ଷମା ପ୍ରର୍ଥନା ମାଗି ନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ଉପସ୍ଥିତ ଜନପ୍ରତିନିଧି ମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ପୁଷ୍ପାଞ୍ଜଳି ସାମଲ, ସାମାଜିକ କର୍ମୀ ତଥା ବିଜ ଜନତା ଦଳର କର୍ମୀ ତାପସ ମହାରଥୀ, ସଭାନେତ୍ରୀ ବାସନ୍ତୀ ସାହୁ , ଗୁଆଳି ପଡା ସମିତିସଭ୍ୟ ବାସୁଦେବ ଜେନା, ଧାନକେରା ସମିତିସଭ୍ୟ ପ୍ରସନ୍ନ ଜେନା ଓ ଦୁବାଶ ନିଶଙ୍କ , ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts