Breaking News

ଗଡଚଣ୍ଡୀ ପୀଠରେ ୩୩ତମ ତ୍ରୀଦିବସ ଯଜ୍ଞ ଅନୁଷ୍ଠିତ




 ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଚାଇଁପୁର ଗ୍ରାମ ପଞ୍ଚାୟତ ଗଡକାଳୁପଡାର ପ୍ରାଚୀନ ରାଜପ୍ରସାଦର ଅଧିଷ୍ଠାତ୍ରୀ ଦେବୀ ମା ଗଡଚଣ୍ଡୀଙ୍କ ପୀଠରେ ୩୩ତମ ତ୍ରୀଦିବସ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର କଲ୍ୟାଣ ଓ ମହାମାରୀ କରୋନାରୁ ମୁକ୍ତ କରିବା ପାଇଁ ଏହି ଯଜ୍ଞ କରାଯାଇଛି । ପ୍ରତିବର୍ଷ ପବିତ୍ର କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥାଏ । ଏଥିଯୋଗୁ ଶନିବାର ଦିନ ଜଳଯାତ୍ରା, ଅଙ୍କୁରାରୋପଣଳ ଚଣ୍ଡୀମାର୍ଚ୍ଚନା ଦେବତା ଆବାହନ, ଅଗ୍ନିସ୍ଥାପନ କରାଯାଇଥିଲା । ରବିବାର ସୂର୍ଯ୍ୟପୂଜା, ଆଳତୀ, ବଉଳାମୁଖୀ ଅପରାଜିତା, ଚଣ୍ଡୀପାଠ ପରେ ପୂଜା ଏବଂ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ସୋମବାର ଅର୍ଥାତ ରାସପୂର୍ଣ୍ଣମୀ ଅବସରରେ ସୂର୍ଯ୍ୟପୂଜା, ମାଙ୍କର ନୀତିକାନ୍ତ , ପୂଜା ଚଣ୍ଡୀପୂଜା ପରେ ପୂର୍ଣ୍ଣାହୂତି ଓ ନାମ ସଂକୀର୍ତ୍ତନ କରାଯାଇଥିଲା । ମୁଖ୍ୟ ପୁରୋଧା ଭାବେ ଜିତେନ୍ଦ୍ର କୁମାର ଆଚାର୍ଯ୍ୟ  ଓ ସାଥି ମାନଙ୍କ ଦ୍ୱାରା ତିନିଦିନ ଧରି ଯଜ୍ଞକାର୍ଯ୍ୟ ଶେଷ କରାଯାଇଥିଲା । କର୍ତ୍ତା ଭାବେ ଜଳନ୍ଦର ଜେନା, କର୍ତ୍ତି ଭାବେ ସଞ୍ଜୁମଣି ଜେନା ରହିଥିଲେ ।   ଚାଇଁପୁର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଓ ଅର୍ଜୁନ ଚରଣ ଶ୍ରୀଚନ୍ଦନଙ୍କ ସହିତ ଗଡକାଳୁପଡା ଗ୍ରାମବାସୀ ମାନେ ସହଯୋଗ କରିଥିଲେ  ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୯/୧୧/୨୦---୮,୩୫

Blog Archive

Popular Posts