Breaking News

ଆତ୍ମାର ନୂତନ ଅଧ୍ୟକ୍ଷ ହେଲେ ରାମଚନ୍ଦ୍ର ମହାନ୍ତି

 ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକର ଆତ୍ମର ନୂତନ କରି ଅଧ୍ୟକ୍ଷ ଭାବେ ରାମଚନ୍ଦ୍ର ମହାନ୍ତି ମନୋନୀତ ହୋଇଛନ୍ତି ।  ବୁଧବାର କୃଷିଫାର୍ମ ପରିସରରେ ଥିବା ଆତ୍ମାର ସଭାଗୃହ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଉମାକାନ୍ତ ସାମନ୍ତରୟ ଅତିଥି ଭାବେ ଯୋଗ ଦେଇ ସତ୍ୟବାଦୀର କୃଷିର ଉନ୍ନତି ପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରାଯିବ ବୋଲି କହିଥିଲେ । ଏହି ଅବସରରେ ଆତ୍ମାର ସଦସ୍ୟ ମାନେ ନୂତନ କରି ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତିଙ୍କୁ ମନୋନୀତ କରିଥିଲେ । ଏଥିରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ପ୍ରଧାନ, ଆତ୍ମାର ସଦସ୍ୟ ସୁରେଣ କୁମାର ସାହୁ, ପ୍ରବାସିନି ମିଶ୍ର  ଓ ନାରାୟଣ ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୯/୧୧/୨୦---୧୨,୩୦

Blog Archive

Popular Posts