ଭେଡେନ ନିଗମାନନ୍ଦ ଆଶ୍ରମରେ ଅଁଳା ନବମୀ
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଭେଡେନ ନିଗମାନନ୍ଦ ଆଶ୍ରମରେ ଅଁଳା ନବମୀ ପର୍ବ ପାଳନ କରାଯାଇଛି। ଅନୁଷ୍ଠାନ ର ସଭାପତି ପ୍ରାଣବନ୍ଧୁ ମେହେରଙ୍କ ସଭାପତିତ୍ୱ ରେ ଅଁଳା ନବମୀ ପାଳିତ ହୋଇଯାଇଛି। ପ୍ରଥମେ ଅଁଳା ଗଛ ତଳେ ଆରତୀ ସହ ଷୋଡ଼ଶ ଉପଚାର ପୂଜା ପରେ ଭାବ ବିନିମୟ ସହିତ ଜୟଗୁରୁ ସଂକୀର୍ତ୍ତନ୍ୟ ଓ ଅଁଳା ଗଛ ତଳେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।ଏହି ଅବସର ରେ ପୂଜକ ବୈଲୋଚନ ଦେବତା,ପଦ୍ମ ନାଭ ଦାଶ,ବେଣୁଧର ମେହେର, ନାଗୁରୁ ଭୋଇ,ସଂଜୀବ ମିଶ୍ର,ହିମାଂଶୁ ଶେଖର ରଥ ପ୍ରମୁଖ ଉପସ୍ଥିତ ରହିଥିଲେ।