ବାଲୁକାଶିଳ୍ପୀ କାର୍ତିକ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଲେ
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲାରେ କ୍ୟାନସର ହସପିଟାଲ ଦାବି ଜୋର୍ ଧରି ଦୀର୍ଘ ଦିନର ଧୂଆଁ ଏବେ ଧୀରେ ଧୀରେ ନିଆଁ ର ରୂପ ନେଇ ଆନ୍ଦୋଳନ ତେଜି ଉଠିଛି। ଏନେଇ ଭେଡେନ ର ବାଲୁକାଶିଳ୍ପୀ କାର୍ତିକ ନାୟକ ଦନ୍ତା ନଦୀର ବେଳା ଭୂମିରେ ବାଲୁକା କଳା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଛନ୍ତି । ବାଲୁକା କଳା ମାଧ୍ୟମରେ ବରଗଡ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ତିଆରି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ ଜଣାଇଛନ୍ତି। ୧୧
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....୨୦/୧୧/୨୦୨୦---୨,୪୫