ମଧୁବାବୁ ପେନସନ ଯୋଜନାରୁ ଵଞ୍ଚିତ ରବି
ବେଗୁନିଆ,- ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ରବି ନାରାୟଣ ପ୍ରଧାନ(୬୨) ବର୍ଷ ହୋଇଥିଲେ ମଧ୍ୟ ମଧୁବାବୁ ପେନସନ ଯୋଜନାରୁ ଵଞ୍ଚିତ ହୋଇଛନ୍ତି । ଶ୍ରୀ ପ୍ରଧାନ ରୋଜଗାର କ୍ଷମ ହୋଇଥିବା ବେଳେ ନିଜ ପାଇଁ କିଛି ସଞ୍ଚୟ କରିପାରି ନଥିଲେ । ଏବେ ବୟସର ଅପରାହ୍ନରେ ରୋଗଗ୍ରସ୍ତ ହୋଇ ନିଜ ଭଉଣୀ ଘରେ ଆଶ୍ରୟ ନେଇ ରହି ଆସୁଛନ୍ତି । ଏପରିକି ମଧ୍ୟ ରୋଗଗ୍ରସ୍ତ ହୋଇ ନିଜର ଔଷଧ ପତ୍ର କିଣି ନପାରିବାରୁ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାର ହାତ ବଢାଇ ଛନ୍ତି । ମଧୁବାବୁ ପେନସନ ଯୋଜନାରେ ସାମିଲ ହେବା ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ସେ ସହାୟତାରୁ ବଞ୍ଚିତ ହୋଇଛନ୍ତି । ସରକାରୀ ଯୋଜନାଟି ତାଙ୍କ ପାଇଁ ସାତ ସପନ ହୋଇଛି । ଏବେ ଦୁଃଖରେ "ଢୋକେ ପି ଦଣ୍ଡେ ଜୀ" ନ୍ୟାୟରେ କାଳାତିପାତ କରୁଛନ୍ତି ।ଏ ନେଇ ସ୍ଥାନୀୟ ଗ୍ରାମର ଜନସାଧାରଣ ଶ୍ରୀ ପ୍ରଧାନଙ୍କୁ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ କରିଛନ୍ତି । ବେଗୁନିଆ ରୁ ଯୋଗେଶ୍ବର ପଣ୍ଡା , ୨୮/୧୧/୨୦, ----୯,୪୦