Breaking News

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ସାକ୍ଷୀଗୋପିନାଥ; ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ , ଚୁଡାଘଷା ବାସ୍ନା ଏ ବର୍ଷ ମହକିବ ନାହିଁ


 ସାକ୍ଷୀଗୋପାଳ------ ପ୍ରବିତ୍ର କାତ୍ତିକ ମାସ ଶୁକ୍ଳ ବଡ ଏକାଦଶୀ ଅବସରରେ  ପ୍ରଭୁ ସାକ୍ଷୀଗୋପୀନାଥଙ୍କର  ଲକ୍ଷ୍ମୀନାରାୟଣ ବେଶରେ  ଦର୍ଶନ ଦେବେ ।  ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ନ ଆସିବା ପାଇଁ  ପ୍ରଚାର ପ୍ରସାର କରାଯାଇଛି । ରାଜ୍ୟରେ ମହାମାରୀ କରୋନା ଯୋଗୁ କୋଭିଡ-୧୯ ଆଇନ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଚତୁପାଶ୍ୱର୍ ୧୪୪ ଜାରି କରାଯାଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ସାକ୍ଷୀଗୋପିନାଥଙ୍କର ଲକ୍ଷ୍ମୀନାରାୟଣ ଦର୍ଶନରୁ ପବିତ୍ର ମହା କାର୍ତ୍ତକ ମାସ ବଡ ଏକାଦଶୀ ତିଥିରୁ ବଞ୍ଚିତ ହୋଇଛନ୍ତି । ସୁଚନା ଯୋଗ୍ୟ ଯେ କାତ୍ତିକ ମାସ ବଡ ଏକାଦଶୀରେ ପରମ୍ପରା ଅନୁଯାୟୀ  ସ୍ଥାନୀୟ ଅଞ୍ଚଳର ସଂକୀର୍ତ୍ତନ ଦଳ ଅପରାହ୍ନରେ  ମନ୍ଦିର ବେଡା ଓ ସିଂହଦ୍ୱାର ସମ୍ମୁଖରେ   ପ୍ରଭୁଙ୍କ ନାମ ଜପ କରି ହରିବୋଲ  ଦେଇ ମନ୍ଦିର ବେଡା ପ୍ରରିକ୍ରମା କରିଥାନ୍ତି ମାତ୍ର ଏ ବର୍ଷ କୋଭିଡ-୧୯ ଯୋଗୁ ସମସ୍ତ କାର୍ଯ୍ୟକ୍ରମ ବନ୍ଧ କରାଯାଇଛି । ସେହିପରି ପ୍ରଚଳିତ ପ୍ରଥା ଅନୁଯାୟୀ ବର୍ଷକୁ ଥରେ ପ୍ରଭୁଙ୍କ ପାଖରେ  ନୂଆଧାନରେ ସାକ୍ଷୀଗୋପାଳର ପ୍ରସିଦ୍ଧ ଚୁଡା ଘଷା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଅର୍ପଣ କରାଯାଇଥାଏ । ଏ ବର୍ଷ ଚୁଡାଘଷା ଭୋଗ ହୋଇ ପାରିବ ନାହିଁ  ବା ଚୁଡା ଘଷା ବାସ୍ନା ମହକିଲା ନାହିଁ ।  ଏଥିଯୋଗୁ ସେବାୟତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଦୁଖଃ ହୋଇଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି. ୨୪/୧୧/୨୦୨୦, ୮,୧୦

Blog Archive

Popular Posts