
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଜମିବାଡି ଓ ପୂର୍ବ ଶ୍ରତୁତାକୁ ନେଇ ପଡିଶା ଘରର ପରିବାର ସଦସ୍ୟ ମାନେ ବିଭିନ୍ନ ମାରଣାସ୍ତ୍ରରେ ସଜିତ ହୋଇ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନୟାଗଡ ଘଟଣା ଥମି ନଥିବା ବେଳେ ଡେଲାଙ୍ଗରେ ଜଣେ ମହିଳାଙ୍କୁ ଯୁବକ ମାନେ ମିଳିତ ହୋଇ ମାଡ ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ହରିରାଜପୁର ଗ୍ରାମର କବିତା ପ୍ରଧାନ, ସ୍ୱାମି କାଳନ୍ଦି ପ୍ରଧାନ ଓ ତାଙ୍କ ପୁଅ ,ଝିଅଙ୍କ ଉପରେ ସକାଳ୮.୩୦ରେ ପଡିଶା ଘରର ପୁରଷ , ମହିଳା ମାନେ ମିଳିତ ହୋଇ କବିତାଙ୍କ ଘର ପାଚୋରୀ ଡେଇଁ କିଛି ବୁଝିବା ଆଗରୁ ସେମାନେ ସୁସଜିତ ହୋଇ ଆସିଥିବା ଲୁହାଛଡ, ପାଣିପାଇପ, ସାବଳ, କଟୁରୀରେ କବିତା ଓ ତାଙ୍କ ପରିବାରଙ୍କୁ ଆକ୍ରମଣ କରିଥିଲେ । ଯାହାକି କବିତାଙ୍କୁ ମାଡ ମାରୁଥିବା ବେଳେ ତାଙ୍କ ଝିଅ ଭିଡିଓ ରେକଡିଂ କରୁଥିବା ଦେଖି ଝିଅକୁ ମାଡ ମାରିବା ସହିତ ମୋବାଇଲି ଛଡାଇ ନେଇଛନ୍ତି । ଏପରିକି କବିତାଙ୍କୁ ମାଡ ମାରି ଗୋଡ ହାତ ଭାଙ୍ଗିଦେଇଥିବା ଜଣାପଡିଛି । ରତିକାନ୍ତ ପାତ୍ର, ପ୍ରସାନ୍ତ ପାତ୍ର, ସୁଶାନ୍ତ ପାତ୍ର, ମାନସୀ ପାତ୍ର ପ୍ରମୁଖଙ୍କ ନାମରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ମାତ୍ର ଖବର ଲେଖା ହେଲା ବେଳକୁ କବିତା ମେଡିକାଲରେ ଚିକିତ୍ସା ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ଡେଲାଙ୍ଗ ଥାନା ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ଏହାକୁ ନେଇ ମହିଳା ସଂଗଠନ ପକ୍ଷରୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ଅନ୍ୟ ପକ୍ଷେ ଡେଲାଙ୍ଗ ଥାନା ଅଧିକାରୀ ଅଭିଯୋଗ ହୋଇଛି ତଦନ୍ତ ପରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୧୧/୨୦୨୦---୧୧,୨୦