ପିପିଲି--- ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୁଷ୍ଟି ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ ପିପିଲି ଭବାନିପୁର ଦେବିଗଳି ଠାରେ ଏକ ସାତ ଜଣିଆ ଧଳା ଜହର ଗ୍ୟାଙ୍ଗ କାରବାର କରୁଥବା ଖବର ପାଇଥିଲେ । ସଦଳବଳେ ଚଡାଉ କରି ପିପିଲି ଥାନା ସହିତ ଅନ୍ୟ ଥାନା ଅଞ୍ଚଳର ସାତ ଜଣ ଯୁବକଙ୍କୁ ପିପିଲି ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୪ ଗ୍ରାମ ୧୩୦ ମିଲିଗ୍ରାମ ଧଳା ଜହର ଜବତ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଯୁବକ ମାନେ ହେଲେ ପିପିଲି ଥାନା ଅନ୍ତର୍ଗତ ଭବାନିପୁର ର ଦେବିଗଳିର ନିରଞ୍ଜନ ପାଣ୍ଡୋ ( ୫୯)ଜଗବନ୍ଧୁ ଓରଫ ଜଗା ( ୨୮) ଭାଇତୁଆ ଦେବିଗଳିର, ଦୁଡ୍ମନ୍ତ ଓରଫ କାବୁ ସାହୁ ( ୩୬) ସୁବଳପୁର, ପିପିଲି, ସେରାଜ ଖାନ (୨୫) ଦାନଗହିରି , ପିପିଲି, ଅମରେଶ୍ୱର ଗଡେଇ ଓରଫ ଲିପୁ(୨୦) ଦାନଗହିରି, ଭୁବନେଶ୍ୱର ହଁସକାଳର ଦୁର୍ଗା ଚରଣ ସ୍ୱାଇଁ ( ୨୩) ଓ ସତ୍ୟଜିତି ପରିଡା( ୨୪) ବାଲିପାଟଣା, କେନ୍ଦ୍ରପଡାର ବୋଲି ଜଣାପଡିଛି । ପିପିଲି ଥାନା କେସନଂ ୩୭୬/୨୦ରେ ଏକ କେସରୁଜ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପୁଷ୍ଟିଙ୍କ ଠାରୁ ସୁଚନା ମିଳିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର , ୧୯/୧୧/୨୦/୮,୧୬