ପୁରୀ ଜିଲ୍ଲାର ଯୁବ କଂଗ୍ରେସର ମୁଖପାତ୍ର ହେଲେ ହାପି ରଥ
ସାକ୍ଷୀଗୋପାଳ ---- ଓଡିଶା ପ୍ରଦେଶ ଯୁବ କଂଗ୍ରେସର ମୁଖପାତ୍ର ଭାବେ ପୁରୀ ଜିଲ୍ଲା ଯୁବ କଂଗ୍ରେସର ମୁଖପାତ୍ର ଭାବେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମର ଶ୍ରୀବତ୍ସ ( ହାପି) ରଥଙ୍କୁ ମନୋନୀତ କରାଯାଇଛି । ଶ୍ରୀ ରଥ ସତ୍ୟବାଦୀ ଓ ପୁରୀ, ଭୁବନେଶ୍ୱରରେ ବିଭିନ୍ନ ଯୁବ ଗୋଷ୍ଠୀ ସହିତ ଜଡିତ ରହି ବିଭିନ୍ନ ସେବା ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରି ବେଶ ପରିଚିତ । ମହାମାରୀ କରୋନା ସମୟରେ ଗ୍ରାମ ରାସ୍ତା, ମଠ, ମନ୍ଦିର, ମସଜିଦ ଗୁଡିକୁ ସାଥୀ ମାନଙ୍କୁ ଧରି ସାନିଟାଇଜର କରିବା ସହ କରୋନା ସମ୍ପର୍କରେ ସଚେତନତା କରାଇଥିଲେ । ସେ ହାପି ନାମରେ ବେଶ ପରିଚିତ । ଏଥିନିମନ୍ତେ ଶ୍ରୀବତ୍ସ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଳ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯୁବକ ମାନଙ୍କୁ ଏକାଠି କରିବା ସହ ଦଳକୁ ମଜବୁତ କରିବା ସହ ଯୁବ ଗୋଷ୍ଠୀଙ୍କର ସାମୂହିକ ଉନ୍ନତି କରିବା ପାଇଁ ଆଗେଇ ଆସିବାକୁ ସେ ନିସ୍ପତି ନେଇଛନ୍ତି । ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଯେଉଁ କଂଗ୍ରେସକୁ ଓଡିଶାରେ ସ୍ଥାପନ କରିଥିଲେ ସେହି କଂଗ୍ରେସ ଦଳରେ ମତୋ ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ୨୭/୧୧/୨୦୨୦---୭,୫୦