>>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • ଗୋଟିଏ ଦିନ ପରେ ସାକ୍ଷୀଗୋପାଳରେ ଅଁଳାନବମୀ ପର୍ବ; ୧୪୪ ଧାରା ଜାରି, ମନ୍ଦିର ନ ଆସିବା ପାଇଁ ଡାକବାଜି ଦ୍ୱାରା ପ୍ରଚାର


     ସାକ୍ଷୀଗୋପାଳ ------ସାକ୍ଷୀଗୋପିନାଥ ଦେବଙ୍କର ଅଁଳା ନବମୀ ପର୍ବ ଆଉ ରହିଲା ଗୋଟିଏ ଦିନ । ସବୁଆଡେ ଏ ସମୟରେ ଗହଳି ଲାଗିଯାଇଥାଏ । ରାସ୍ତା ଘାଟ ସଫା ସୁତରା ଠାରୁ ସମସ୍ତ ଛୋଟ ବଡ ବ୍ୟବସାୟୀ ,ଭୋଗ ଦେକାନ ଚଳଚଞ୍ଚଳ ହୋଇ ପଡିଥାନ୍ତି । ମାତ୍ର ଏ ବର୍ଷ କରୋନା ଯୋଗୁ ସମସ୍ତଙ୍କ ମୁହଁ ଶୁଖିଯାଇଛି ।  ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ଭାବେ ସାକ୍ଷୀଗୋପାଳର ଅଁଳାନବମୀ । ବିଶ୍ୱରେ ମହାମାରୀ କରୋନାଯୋଗୁ ରାଜ୍ୟ ସରକାର କୋଭିଡ-୧୯ ଆଇନ ଅନୁଯାୟୀ ମନ୍ଦିର ବନ୍ଦ ରଖିଛନ୍ତି । ଏହି ଅବସରରେ ଶୁକ୍ରବାର ଦିନ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଅଁଳାନବମୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଥିଲା । ଏଥିରେ ଅଁଳାନବମୀ ପର୍ବ ଠାକୁରଙ୍କର ପାଳନ କରାଯିବ । ମାତ୍ର କୌଣସି ଭକ୍ତ ମନ୍ଦିରକୁ ଆସିବେ ନାହିଁ ବୋଲି ରୋକଠୋକ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲେ । ମନ୍ଦିରକୁ ଲୋକମାନେ ବା ଭକ୍ତ ବା ହବିଷାଳିଆ ମାନେ ମନ୍ଦିର କାଳେ ପଳାଇ ଆସିବେ ସେଥିପାଇଁ  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ  ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଦ୍ୱାରା ସାକ୍ଷୀଗୋପାଳର ବିଭିନ୍ନ ଗ୍ରାମରେ ପ୍ରଚାର କରାଯାଇଛି । ସାକ୍ଷୀଗୋପାଳ ମନ୍ଦିର ଠାରୁ ରତ୍ନଚିରା ବ୍ରିଜ, ମନ୍ଦିର ଠାରୁ ସିଦ୍ଧବକୁଳ ମନ୍ଦିର, ସେବକସାହି ଗ୍ରାମ ମୁଣ୍ଡ, ମନ୍ଦିର ଠାରୁ ବାସୁକେରା ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏହା ରବିବାର ରାତି ୧୨ଟାରୁ ସୋମବାର ରାତି ୧୨ଟା ପର୍ଯ୍ୟନ୍ତ ଲାଗୁ ରହିବ । ସେହିପରି ମଙ୍ଗଳବାର ରାତି ୧୨ଟା ଠାରୁ ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବଡ ଏକାଦଶୀ ପାଇଁ ଏହି ଆଇନ ବଳବତ୍ତ ରହିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ପଲ୍ଲିଶ୍ରୀ ମେଳା ପଡିଆ ଫାଙ୍ଖା ପଡିଛି ।

    ସେଠାରେ ରାସ୍ତା କାମ ନେଇଥିବା ଠିକାଦାର ଗୋଡି ବାଲି ଗଦାଇଛି । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମନ୍ଦିର ଚତୁପାଶ୍ୱର୍ ସଫେଇ କରାଯାଉଛି । ମନ୍ଦିରକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜାଯାଉଛି ।  ପ୍ରଭୁ  ସାକ୍ଷୀଗୋପୀନାଥ ଦେବଙ୍କ ନଟବର ବେଶ  ସାଙ୍ଗକୁ ମା ‘ଶ୍ରୀ ରାଧାଙ୍କର ଓଡିଆଣୀ ବେଶରେ ପାଦ ଦର୍ଶନ ବର୍ଷକୁ ଥରେ ମିଳିଥାଏ । ମହା କାର୍ତ୍ତିକ ମାସରେ ବର୍ଷକୁ ଗୋଟିଏ ଦିନ  ତଥା ନବମୀ ତିଥୀରେ ଏହି ଦୁର୍ଲ୍ଲଭ ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ । ଏହି ଦର୍ଶନ ନିମନ୍ତେ  ରାଜ୍ୟ ତଥା ପଡୋଶୀ ରାଜ୍ୟର ଭକ୍ତମାନେ  ସାମିଲ ହୋଇଥାନ୍ତି ।  ଅନ୍ୟତମ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ    ଅଁଳାନବମୀ ରେ ମା ଶ୍ରୀ ରାଧାଙ୍କ ପାଦ ଦର୍ଶନ ମିଳିଥାଏ । ପୂର୍ବରାତ୍ରରୁ ମନ୍ଦିର ଦ୍ୱାର ଉନ୍ନୋଚନ, ମଙ୍ଗଳ ଆଳତି ଆଦି ଠାକୁରଙ୍କର ନୀତିକାନ୍ତି ସରିବା ପରେ ସେବାୟତ ମାନେ  ଠାକୁରଙ୍କୁ ବେଶ କରାଇଥାନ୍ତି  ।  ଏହି ବେଶରେ ଶ୍ରୀରାଧାଙ୍କୁ ପାଟଶାଢୀ  କାଣିଆକଛା ମାରିଥିବା ବେଳେ ମସ୍ତକରେ ସ୍ୱବର୍ଣ୍ଣ କିରଟି, ଅଁଳାମାଳ, ହରଡମାଳ, ବାଘନଖି, ଡେଉଁରିଆ ମାଳ, କମରପଟି,ଦ୍ରାବିଡଚନ୍ଦ୍ର, ମୟୁରବସାଗୁଣା, ର୍ନୋଥ,  ତାବିଜ, ସେବତୀହାର, ପାଦପଦ୍ମ ,ପାଉଁଜି, ଝୁଣ୍ଟିଆ,  ଆଦି ସ୍ୱବର୍ଣ୍ଣ ଅଳଙ୍କାର ପରିଧାନ କରିବେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ପଣତ କାନିରେ ଗୁଆ, ଦୁବ ଓ ଅରୁଆ ଚାଉଳ ଲୁଗାରେ ଗଣ୍ଠି ପଡି ପଛପଟକୁ ପଡିଥାଏ ।   ମହାକାର୍ତ୍ତିକ ମାସରେ ପବିତ୍ରତାର ସହିତ ଭକ୍ତ ମାନେ ମା ରାଧା ଓ ପ୍ରମୁ ଶ୍ରୀକୃର୍ଷ୍ଣଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ବୋଲି ମନେ କରିଥାନ୍ତି । ସେହିପରି ମନ୍ଦିର ବେଢା ଭିତରେ ଥିବା ଅଁଳା ଗଛକୁ ଜଗଦ୍ଧାତ୍ରୀ ଭାବେ ଭକ୍ତ ଓ ହବିଷାଳିଆ ମାନେ ଶଂଖା, ସିନ୍ଧୁର, ହଳଦୀ, ବସ୍ତ୍ର. ଫୁଲ ଚନ୍ଦନ ,ଲାଗି କରି ଦ୍ୱୀପ ଜଳାଇ ହୁଳହୁଳି ପକାଇ ବନ୍ଦାପନା କରୁଥାନ୍ତି । ଏ ବର୍ଷ କେବଳ ମନ୍ଦିର ପ୍ରଶାସନ ଯାହା ପୂଜା କରିବ । ଭକ୍ତ ମାନଙ୍କୁ ମନ୍ଦିର ବାରଣ କରାଯାଇଛି । ସେହିପରି କାହିଁ କେଉଁ କାଳରୁ  ପରମ୍ପରା କ୍ରମେ ସିଦ୍ଧବକୁଳ ପୀଠରେ  ହବିଷ୍ୟାଳି ମାନେ  ସେଠାରେ ହବିଷ୍ୟାନ୍ନ ରାନ୍ଧି ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମଙ୍କୁ ସମର୍ପଣ କରି ପ୍ରସାଦ ସେବନ କରିଥାନ୍ତି । ଏ ବର୍ଷ ଏହି ପରମ୍ପରା ଭଙ୍ଗହେବ ବୋଲି ଆଶା କରାଯାଉଛି । କେବଳ ସିଦ୍ଧବକୁଳ ମନ୍ଦିର ପକ୍ଷରୁ ପରମ୍ପରା ରକ୍ଷା କରାଯିବ ବୋଲି ଜଣାପଡିଛି ।

     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୧/୧୧/୨୦--- ୭,୩୨

    Blog Archive

    Popular Posts