Breaking News

ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରାପଡିଲେ

  ବାଲିଗୁଡା----ଗତକାଲି ରାଇକିଆ ଥାନା ପୋଲିସ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରୁ ଏକ ଅଟୋରିକ୍ସା ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ ।  OD 07v 5019 ଅଟୋରିକ୍ସା ରେ ଚାଲାଣ ହେଉଥିବା ୨୪କେଜି ୪୦୦ଗ୍ରାମ ଗଞ୍ଜେଇ ଏବଂ ସେହି ଅଟୋରିକ୍ସା କୁ ପୋଲିସ ଜବତ କରିବା ସହ ଗଞ୍ଜେଇ ଚାଲାଣ କାରୀ ଚକ୍ରଧର ପାତ୍ର,ପାତ ମଲ୍ଲିକ, ସରୋଜ କୁମାର ସାହୁ ନାମକ ୩ ଜଣଙ୍କୁ ଅଭିଯୁକ୍ତ ଙ୍କୁ ଗିରଫ କରିଛି ।  ରାଇକିଆ ଥାନା କେସ ନଂ ୮୪/୨୦ ଏନ ଡି ପି ଏସ ଗଞ୍ଜେଇ ଚୋରା ଚାଲାଣ ଜନିତ ଦଫା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ରାଇକିଆ ଥାନା ଅଧିକାରୀ ତରୁଣ ତପନ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
 ଫୁଲବାଣୀରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ,୨୧/୧୧/୨୦ ----୮,୧୦

Blog Archive

Popular Posts