ସତ୍ୟବାଦୀରେ ଶୀତକାଳୀନ ସାହିତ୍ୟ ଆସର ଅନୁଷ୍ଠିତ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବନପୁର ଗ୍ରାମର ମହାନ୍ତିସାହିରେ ଲେଖନୀ ଅନୁଷ୍ଠାନ ପକ୍ଷରୁ କୋଭିଡ-୧୯ ଆଇନ ଅନୁଯାୟୀ ଶୀତକାଳୀନ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ କବି ତଥା ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାକରିଥିଲେ ।ମୁଖ୍ୟ ଅତିଥି ଡ. ଦିଲିପ ସେନାପତି ଯୋଗଦେଇ ଗ୍ରାମଞ୍ଚଳରେ ଜିଲ୍ଲା ସ୍ତରୀୟ ସାହିତ୍ୟ ଆସର ଆୟୋଜନ କରିଥିବା ଲେଖନୀ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ସତ୍ୟବାଦୀ ଇତିହାସର ପ୍ରକାଶକ ତଥା ଗବେଷକ ଭୀମସେନ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗ୍ରାମଞ୍ଚଳରେ ସାହିତ୍ୟର ବିକାଶ ପାଇଁ ସାହିତ୍ୟ ଆସର ଆବଶଞକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥ, ରବୀନ୍ଦ୍ର ନାଥ ଷଢ଼ଙ୍ଗୀ ପ୍ରମୁଖ ଯୋଗଦେଇ ସାହିତ୍ୟ ଓ କବିତାର ପ୍ରସାର ଓ ପ୍ରଚାର ପାଇଁ ଏହି ଭଳି ଆସର ବିଭିନ୍ନ ସ୍ଥାନରେ କରାଯିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପାଲା କଳାକାର ଓ ଲେଖକ ପ୍ରାୟ ୩୦ ଜଣ ଯୋଗଦେଇ ସ୍ୱରଚିତକବିତା ପାଠ କରିଥିଲେ । ପାଲାଗାୟକ ବିଜୟ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । କବିତା ପାଠ ଉତ୍ସବକୁ ସଂଯୋଜନା କରିଥିଲେ ଡ. ଦେବୀ ପ୍ରସାଦ ମହାପାତ୍ର ତାଙ୍କୁ ସହଯୋଗ କରିଥିଲେ ସୁନନ୍ଦା ମହାନ୍ତି ଓ ବିଖାଖା ଦେବୀ । ଶିକ୍ଷକ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧୧/୨୦---୮,୪୦