ବେରବୋଇରେ ନିମାର୍ଣ ହେବ ଆଦର୍ଶ ବିଦ୍ୟାଳୟ
ଡେଲାଙ୍ଗ ----- ରାଜ୍ୟ ସରକାରଙ୍କ ନିସ୍ପତ୍ତି କ୍ରମେ ସମସ୍ତ ବ୍ଳକରେ ନୂତନ କରି ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିଛନ୍ତି । ଏହି ବିଦ୍ୟାଳୟରେ ବ୍ଳକର ସମସ୍ତ ବିଦ୍ୟାଳୟରୁ ବଛା ବାଛା ଛାତ୍ରଛାତ୍ରୀ ମାନେ ଶିକ୍ଷା ଦାନ କରିବେ । ବେସରକାରୀ ବିଦ୍ୟାଳୟକୁ ନଜର କରି ଏହି ବିଦ୍ୟାଳୟ କରାଯାଇଥିବା ବ୍ଳକ ଶିକ୍ଷା ଅଧିକାରୀ କହନ୍ତି । ଡେଲାଙ୍ଗ ବ୍ଳକର ବେରବୋଇ ଠାରେ ତହସିଲ ପକ୍ଷରୁ ୫ ଏକର ୭୦ ଡିସିମିଲି ଜମି ଚିହ୍ନଟ କରାଯାଇଛି ବୋଲି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କ ଠାରୁସୁଚନା ମିଳିଛି । ଏହି ଜମିକୁ ପୁରୀ ଜିଲ୍ଲାପାଳ ବଳୱାନ୍ତ ସିଂହ ଜୁଲାଇ ମାସରୁ ମୋହର ମାରିସାରିଛନ୍ତି । ମାତ୍ର ବିଦ୍ୟାଳୟ ନିର୍ମାଣ କରିବା ପାଇଁ ପ୍ରଥମେ ଆରଡି ବିଭାଗରକୁ ଦିଆଯାଇଥିଲା । କେତେକ କାରଣ ଯୋଗୁ କାମ ଆରମ୍ଭ ନ କରିବାରୁ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୫/୧୧/୨୦----୭,୧୦